ବୌଦ୍ଧଜିଲ୍ଲା: କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ବୌଦ୍ଧ,୨୭/୫- ଗତକାଲି ବୌଦ୍ଧଜିଲ୍ଲାର ୩ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ସମ୍ପର୍କରେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୁର୍ବରୁ ୩୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ଆଜି ଘୋଷଣା ହୋଇଥିବା ୩ ଜଣଙ୍କୁ ମିଶାଇ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୩୪ କୁ ପହଞ୍ଚିଛି । ସ୍ୱାସ୍ଥ୍ୟବିଭାଗ ସୂଚନା ଅନୁଯାୟୀ ଆଜି ଘୋଷିତ ୩ ମୃତକଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟ ପୁରୁଷ, ଜଣେ ୨୬ ବର୍ଷୀୟ ମହିଳା ଓ ଅନ୍ୟ ଜଣେ ୫୦ ବର୍ଷୀୟ ମହିଳା ବୋଲି ଜଣାପଡିଛି ।

Comments (0)
Add Comment