୨ ମାସରୁ ଅଧିକ ସମୟ ଧରି ୫୦ ପରିବାର ବିଦ୍ୟୁତ୍‌ ସେବାରୁ ବଞ୍ଚିତ

ବୌଦ୍ଧ,୧୦/୬ – ବୌଦ୍ଧବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତ ବେତେରା ସାହିର ୫୦ ପରିବାର ଦୁଇ ମାସରୁ ଅଧିକ ସମୟ ଧରି ବିଦ୍ୟୁତ୍‌ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନା ଅନୁଯାୟୀ ବଘିଆପଡା ବେତେରା ସାହିରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଗତ ମାର୍ଚ୍ଚ ମାସରୁ ପୋଡି ଯାଇଥିଲା । ବିଦ୍ୟୁତ୍‌ ବିଭାଗର ଉଦାସୀନତା ଯୋଗୁଁ ଆଜିଯାଏଁ ଟ୍ରାନ୍ସଫର୍ମର ସଜାଡିବା କାମ ହୋଇନାହିଁ । ଅପର ପକ୍ଷରେ ପ୍ରାୟ ୬୦ ପରିବାର ବିଦ୍ୟୁତ୍‌ ସେବାରୁ ବଞ୍ଚିତ ହୋଇ ଖରା ଦିନେ ଅସହ୍ୟ ଗରମରେ ଅତିଷ୍ଠ ହୋଇ ପଡି ରହିଥିବା ଅଭିଯୋଗ ହେଉଛି । କିଛି ଗ୍ରାହକଙ୍କ ବକେୟା ବିଦ୍ୟୁତ୍‌ ଦେୟ ପଇଠ ହୋଇନଥିବା ହେତୁ ବିଦ୍ୟୁତ୍‌ ବିଭାଗ ଟ୍ରାନ୍ସଫର୍ମର ଲଗାଇବା ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଶୁଣିବାକୁ ମିଳେ । ଲକ ଡାଉନ୍‌ ସମୟରେ ବିଦ୍ୟୁତ୍‌ ଦେୟ ପଇଠ କରିବା ଉପରେ ଗୁରୁତ୍ୱ ନ ଦେଇ ତୁରନ୍ତ ଟ୍ରାନ୍ସଫର୍ମର ସଜାଡି ଲଗାଇବା ପାଇଁ ଉପଭୋକ୍ତା ମାନେ ଦାବୀ କରିଛନ୍ତି ।

Comments (0)
Add Comment