ଆରପାରିରେ ସାମ୍ବାଦିକ ଦୂର୍ବାକ୍ଷ ବସ୍ତିଆ, ବିଭିନ୍ନ ମହଲରେ ଶୋକ

ବୌଦ୍ଧ,୧୦/୫ – ଜିଲ୍ଲାର ଜଣେ କାର୍ଯ୍ୟରତ ସାମ୍ବାଦିକ ଦୂର୍ବାକ୍ଷ ବସ୍ତିଆଙ୍କ ଆଜି ପରଲୋକ ହୋଇଯାଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ କିଛିଦିନ ହେଲା ଶ୍ରୀ ବସ୍ତିଆ ଅସୁସ୍ଥ ଅନୁଭବ କରୁଥିଲେ ଓ ନିଜ ଘର କଣ୍ଟାମାଳବ୍ଲକ ଶୁଣ୍ଢିପଦର ଗ୍ରାମରେ ଥିଲେ । ଆଜି ସକାଳେ ଗୁରୁତର ହେବାରୁ ପରିବାର ଲୋକେ ଆମ୍ବୁଲାନସ୍‌ ଯୋଗେ ତାଙ୍କୁ ସୋନପୁର ଡାକ୍ତରଖାନାକୁ ଆଣିବା ବାଟରେ ମୃତ୍ୟୁବରଣ କରିଥିଲେ । ଗତ ୪/୫ ଦିନ ଧରି ତାଙ୍କୁ ଜ୍ୱର ହେଉଥିବା ପରିବାର ସୂତ୍ରରୁ ଜଣାପଡିଛି । ସେ କରୋନା ସଂକ୍ରମିତ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଓଡିଆ ସମ୍ବାଦପତ୍ର ‘ଦୈନିକ ଭାସ୍କର’ ର ଜିଲ୍ଲା ପ୍ରତିନିଧି ଭାବେ ସେ କାର୍ଯ୍ୟରତ ଥିଲେ । ତାଙ୍କର ପତ୍ନୀ ଓ ଦୁଇଟି ଝିଅ ଓ ବୃଦ୍ଧା ମା ଅଛନ୍ତି । ତାଙ୍କର ମୃତ୍ୟୁ ଖବର ଶୁଣିବାପରେ ବୌଦ୍ଧ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଦୈନିକ ସମ୍ବାଦପତ୍ର ‘ହୀରାଞ୍ଚଳ’ ସଂପାଦକ ତଥା ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍‌ର ସଂପାଦକ ଯୁଗଳ କିଶୋର ସାମଲ ଗଭୀର ଶୋକ ପ୍ରକାଶ କରିବାସହ ତାଙ୍କର ଅମର ଆତ୍ମାର ସଦଗତି ପାଇଁ କାମନା କରିଛନ୍ତି ।

Comments (0)
Add Comment