ରାଜ୍ୟସ୍ତରୀୟ ପଞ୍ଚଦିବସୀୟ ରେଡକ୍ରସ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର ଉଦଯାପିତ

ବୌଦ୍ଧ,୧୯/୩- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ସାଧୁଚରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ରାଜ୍ୟସ୍ତରୀୟ ପଞ୍ଚ ଦିବସୀୟ ରେଡକ୍ରସ ପରାମର୍ଶ ଦାତା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ରାଜ୍ୟସ୍ତରୀୟ ସାଧନକର୍ମୀ ରବିଚନ୍ଦ୍ର ପଶାୟତ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ତାପରେ ଏକ ରେଡ଼କ୍ରସ ଶାନ୍ତି ଶୋଭାଯାତ୍ରା ବାହାରି ବୀରନରସିଂହପୁର ଗ୍ରାମର ଗରିବ ଅସହାୟ ଜନତାଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା । ଉଦଯାପନୀ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରୋଦ ମେହେର ସଭାପତିତ୍ୱ କରିଥିଲେ । ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଯୁବ ରେଡ଼କ୍ରସର ଜିଲ୍ଲା ସଂପାଦକ ପ୍ରବୀର ଦାସ ଓ ସମ୍ମାନିତ ଅତିଥି ରୂପେ ହରଭଂଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବରାଜ ପ୍ରଧାନ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର ଦେହୁରୀ , ଜିଲ୍ଲା ରେଡକ୍ରସ ଅଧିକାରୀ ନବ କିଶୋର ଦୀପ, ସୁବର୍ଣ୍ଣପୁର ସାଧନକର୍ମୀ ଚନ୍ଦ୍ରମଣି ବାଘ, ଜିଲ୍ଲା ସାଧନ କର୍ମୀ ପ୍ରମୋଦ ଚାନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସାଧନକର୍ମୀ ଧିରେନ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ, ତପନ ନାୟକ ସହଯୋଗ କରିଥିଲେ । ପରାମର୍ଶ ଦାତା ମାନସ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସମସ୍ତ ପରାମର୍ଶଦାତା ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । କୃଷ୍ଣ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ବିଭୁତି ଭୂଷଣ ମହାକୁଡ଼ ଓ କର୍ମଚାରୀ ରଞ୍ଜନ ପ୍ରଧାନ, ମହାଦେବ ପ୍ରଧାନ, କାଳିଆ ବେହେରା, ଚଂପେଶ୍ୱର ପାଣିଗ୍ରାହୀ, ପ୍ରତାପ ମେହେର ସହଯୋଗ କରିଥିଲେ ।

Comments (0)
Add Comment