ବୌଦ୍ଧ/ଜହ୍ନାପଙ୍କ,୧୯/୫- ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର କୋଡାସାହିରେ ନିର୍ମାଣଧିନ ଥିବା କମ୍ୟୁନିଟି ସେଣ୍ଟର ୫ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇପଡ଼ିଛି । ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହା ନିର୍ମାଣ କରାଯାଇଥିଲା କେବେ କାର୍ଯ୍ୟରେ ଲାଗିବ ତାହା ସାହିବାସୀଙ୍କ ମଧ୍ୟରେ ସଂଶୟ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଯେ ୨୦୧୫-୧୬ ମସିହାରେ ସାଂସଦଙ୍କ ଅନୁଦାନ ପାଣ୍ଠିରୁ କୋଡାସାହିରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଏକଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଅନୁଦାନ ଦିଆଯାଇଥିଲା । ହେଲେ ଏହି କାମ ନିଣ୍ଟାଲ ଲେବୁଲ ପର୍ଯ୍ୟନ୍ତ ହୋଇ ଦୀର୍ଘ ୫ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିରହିଛି । ଫଳରେ ସାହିବାସୀ ବିବାହ, ମୃତାହ ଓ ଧାର୍ମିକ ଆଦି ସାମାଜିକ କାର୍ଯ୍ୟକ୍ରମରେ ଏହା ଲାଗିପାରୁନାହିଁ । ଯାହାଦ୍ୱାରା ସାହିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏକ ଲକ୍ଷ ଟଙ୍କା ୫ ବର୍ଷ ହେଲା ବେକାର ହୋଇ ପଡିଛି । ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସାହିବାସୀ ଦାବି କରିଛନ୍ତି ।