ଆଦିତ୍ୟ ଦାଶଙ୍କ ମୃତ୍ୟୁର ସି.ବି.ଆଇ. ତଦନ୍ତ ଦାବି

ବୌଦ୍ଧ,୮/୭– ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ପାଇଁ ସି.ବି.ଆଇ. କିମ୍ବା କ୍ରାଇମ୍ ବ୍ରାଂଚ ତଦନ୍ତ ଦାବି କରି ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲା ତାଲସରଡା ଗ୍ରାମର ମୂଳ ଅଧିବାସୀ ସ୍ୱର୍ଗତ ଆଦିତ୍ୟ ଦାଶ ଜଣେ ଦରଦୀ ସମାଜ ସେବୀ ଓ ପ୍ରଭାବଶାଳୀ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁକୁ ଆତ୍ମହତ୍ୟା ବୋଲି କେହି ବିଶ୍ୱାସ କରୁନଥିବା ଯୋଗୁଁ ଏହାକୁ ସିବିଆଇ କିମ୍ବା କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁଶାନ୍ତ ବାଘ ଓ ମଣ୍ଡଳ ସଭାପତି ଯୀଶୁ ପ୍ରଧାନ ଉପସ୍ଥିତ ଥିଲେ ।

Comments (0)
Add Comment