ପଶ୍ଚିମବଙ୍ଗରେ ଟିଏମସି ସରକାରଙ୍କ ଗୁଣ୍ଡାଗିରିକୁ ବିରୋଧ କରି ବିଜେପିର ଧାରଣା

ବୌଦ୍ଧ/ହରଭଙ୍ଗା୫/୫- ପଶ୍ଚିମବଙ୍ଗରେ ଟିଏମସି ମମତା ସରକାର ଜିତିଲା ପରେ ଯେପରି ଗଣତନ୍ତ୍ରକୁ ହତ୍ୟା କରି ନୃଶଂସ ହୋଇ ବିଜେପି ସମର୍ଥକ, କର୍ମୀ, ଭୋଟର ମାନଙ୍କୁ ହତ୍ୟା, ମାରପିଟ, ପୋଡାଜଳା, ଭଙ୍ଗାରୁଜା କରୁଛି ତାହା ଦେଶପାଇଁ ଚିନ୍ତାର ବିଷୟ ହୋଇଥିବାବେଳେ ଏପରି ଘୃଣ୍ୟକାର୍ଯ୍ୟକୁ ନିନ୍ଦା ଓ ବିରୋଧ କରିବା ସହିତ ବିରୋଧ କରିଛି ବିଜେପି କିନ୍ତୁ ବର୍ତ୍ତମାନ ଲକଡାଉନ ଆରମ୍ଭ ହୋଇଥିବାବେଳେ ନିଜ ନିଜ ଘର ଆଗରେ ପ୍ରତିବାଦ ଜଣାଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନ ଆଜି ଦିନ ୧୦ଟା ରୁ ୧୨ଟା ପର୍ଯ୍ୟନ୍ତ ହରଭଙ୍ଗାବ୍ଲକର ପୁରୁଣାକଟକ ସ୍ଥିତ ନିଜ ବାସଭବନରେ ଧାରଣା ଦେଇଥିଲେ । ସେହିପରି ବିଜେପିର ହରଭଙ୍ଗା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଅରୁପାନନ୍ଦ ଦୀପ ୭ ନମ୍ବର୍‌ ଜୋନ୍‌ ମଣ୍ଡଳ ସଭାପତି ବାମନ ବାରିକଙ୍କ ସମେତ ବିଜେପିର ଅନ୍ୟ କର୍ମକର୍ତ୍ତାମାନେ ପ୍ରତିବାଦ କରିଥିଲେ ।

ବୌଦ୍ଧଜିଲ୍ଲା କାର୍ଯ୍ୟାଳୟରେ ମଧ୍ୟ ଆଜି ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଜିଲ୍ଲା ସଭାପତି ଓ ଦଳର ବରିଷ୍ଠ ନେତୃବୃନ୍ଦ ଓ ବିଜେପି କର୍ମକର୍ତ୍ତାମାନେ କରୋନା ନିୟମ ଓ ତାଲା ବନ୍ଦକୁ ମାନି କେନ୍ଦ୍ର ଓ ରାଜ୍ୟ ବିଜେପି ସଭାପତି ଶ୍ରୀ ଜଗତ ପ୍ରସାଦ ନନ୍ଦା, ଶ୍ରୀ ସମୀର କୁମାର ମହାନ୍ତିଙ୍କ ନିର୍ଦ୍ଦେଶ ପ୍ରକାରେ ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ହିଂସା, ହତ୍ୟା, ଲୁଣ୍ଠନ ପୋଡାଜଳା, ମାର ପିଟ ବିରୋଧରେ ତଥା ଗଣତନ୍ତ୍ରର ସୁରକ୍ଷା ଏବଂ ଶାନ୍ତିପାଇଁ ଉପବାସ ଓ ପ୍ରତୀକ ଧାରଣା ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ସହ ଜିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ପୁରୋହିତ ଓ ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ, ସୁଶାନ୍ତ ବାଘ, ବିଧାୟକ ପ୍ରାଥୀ କହ୍ନେଇ ଚରଣ ଡାଙ୍ଗ, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସଭାପତି ମାଗୁଣି ଚରଣ ଗାଇଗୌରିଆ, ମନୋରଞ୍ଜନ ଦାସ, ନାରୀନେତ୍ରୀ ଶ୍ରୀମତୀ ନମିତାରାଣୀ ଦାସ, ମହିଳା ମୋର୍ଚ୍ଚା ବୌଦ୍ଧଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମୀନାରାଣୀ ମିଶ୍ର, ରବି ଦେଓ, ଯୁବନେତା ରାକେଶ କୁମାର ତ୍ରିପାଠୀ, ଅଟଳ କୁମାର ପ୍ରଧାନ, ପିନାକ ରଣା, ଅନିଲ କୁମାର ପ୍ରଧାନ, ନିରଞ୍ଜନ କର୍ଣ୍ଣ, ଯୀଶୁ ପ୍ରଧାନ, ନବୀନ ହୋତା, ତପନ ଡାଙ୍ଗ ବ୍ୟୋମକେଶ ମହାପାତ୍ର, ଗଣେଶ ବେହେରା, ବାମନ ବାରିକ, ସରୋଜ ମେହେର ଓ ଦଳୀୟ ବହୁ ନେତା ଓ କର୍ମୀମାନେ ନିଜଘରେ ଧାରଣାଦେଇ ପ୍ରତିବାଦ କରିଥିଲେ ।

Comments (0)
Add Comment