ଗୁନ୍ଦୁଳିଆ ପଞ୍ଚାୟତରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବୌଦ୍ଧ ୨୨/୦୫:- ବୌଦ୍ଧ ବ୍ଳକ ଗୁନ୍ଦୁଳିଆ ପଞ୍ଚାୟତ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନମୋହନ ପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ, ଜିଲ୍ଲା ଜରୁରୀ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ଚନ୍ଦକାନ୍ତ ବେହେରା, ଜିଲ୍ଲା ତାଲିମ ଅଧିକାରୀ ରାଜେନ୍ଦ୍ର ନାରାୟଣ ସେନାପତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ହିମାଂଶୁ ଶେଖର ପୂଜାହାରି, ବୌଦ୍ଧ ବିଡ଼ିଓ ଅଭିନାଶ ପାଣ୍ଡିଆ ,ଅତିରିକ୍ତ ତହସିଲଦାର ରଜା ରସୁଲ ଖାଁ ,ଶଗଡା ଫାଣ୍ଡି ଅଧିକାରୀ ,ବ୍ଲକ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଜିଲ୍ଲା ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସମସ୍ୟାର ସମାଧାନ କରାଯାଇଥିଲା । ଏହି ଶିବିରରେ ସର୍ବମୋଟ ୧୬୬ଟି ଅଭିଯୋଗ ହୋଇଥିବାବେଳେ ସେଥିରୁ ୧୫୯ଟି ବ୍ୟକ୍ତିଗତ, ୭ଟି ଗ୍ରାମ୍ୟ ସାମୁହିକ ଅଭିଯୋଗ ଆସିଥିଲା । ୯୮ଟି ଅଭିଯୋଗ ପତ୍ର ତତ୍କାଳ ସମାଧାନ କରାଯାଇଥିଲା ।

Comments (0)
Add Comment