ବଢିଗାଁ ପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର

ବୌଦ୍ଧ/ଜହ୍ନ ।ପଙ୍କ,୨୦/୩: ବୌଦ୍ଧ ବ୍ଳକ ବଢିଗାଁ ଗ୍ରାମ ପଞ୍ଚାୟତ ପରିସରରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ବୌଦ୍ଧଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୧୧୯ ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା । ବ୍ୟକ୍ତିଗତ ସମସ୍ୟା ୧୦୭, ଗ୍ରାମ୍ୟ ସମସ୍ୟା ୧୨ ଟି ହୋଇଥିଲା । ତତ୍କାଳ ୭୪ ଟି ସମସ୍ୟାର ସମାଧାନ ଜିଲ୍ଲାପାଳ କରିଥିଲେ । ୧୮ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧ ଲକ୍ଷ ୬୩ ହଜାର ଟଙ୍କା ଦିଆ ଯାଇଥିବା ବେଳେ ଦୁଇ ଜଣ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୧୫ ହଜାର ଟଙ୍କା ଦିଆଯାଇଥିଲା । ଏହି ଶିବିରରେ ଉପଜିଲ୍ଲାପାଳ ରବୀନ୍ଦ୍ର କଅଁର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ, ତହସିଲଦାର ଦେବୀ ପ୍ରସାଦ ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବଢିଗାଁ ସରପଞ୍ଚ ସିଦେ୍ଧଶ୍ୱର ପ୍ରଧାନ, ପିଇଓ ଶୀତଳ ପଟ୍ଟନାୟକ ଓ ପଂଚାୟତ କର୍ମଚାରୀମାନେ ସହଯୋଗ କରିଥିଲେ ।

Comments (0)
Add Comment