ବୌଦ୍ଧ: ମା’ ଭୈରବୀଙ୍କ ମନ୍ଦିରରେ ଲାଗିହେଲା ନବାନ୍ନ

ବୌଦ୍ଧ,୧/୯- ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ବୌଦ୍ଧ ସହର ଚଳଚଞ୍ଚଳ ହୋଇଉଠିଛି । ବୈøଦ୍ଧ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ପୀଠରେ ଆଜି ଦିନ ୧୧ଟାରେ ନବାନ୍ନ ଲାଗି ହୋଇଥିଲା । ଏହି ଉପଲକ୍ଷେ ସକାଳ ସାଢେ ୮ଟାରେ କୁଲିପଡା ଘାଟ ମହାନଦୀରୁ ଜଳ ଅଣାଯାଇ ମନ୍ଦିରରେ ନବାନ୍ନ ପ୍ରସ୍ତୁତ କରାଯାଇଥିଲା । ଏହାପରେ ପୂଜକ ମା’ଭୈରବୀ ଓ ପାଶ୍ୱର୍ ଦେବାଦେବୀଙ୍କ ଠାରେ ନବାନ୍ନ ଲାଗି କରିଥିଲେ । ମା’ ଭୈରବୀଙ୍କ ଠାରେ ମହାଆଳତି କରିବା ପରେ ଭକ୍ତମାନେ ସାମୁହିକ ଭାବେ ନବାନ୍ନ ସେବନ କରିଥିଲେ । ପୂଜା ସମୟରେ ବିଭୂତି ଭୂଷଣ ବଡମାଳି , ହରିହର ବଡମାଳି, ବିଭୂତି ବଡମାଳି, ତରଣୀ ବଡମାଳି, ଏକା ବଡମାଳି, ଧନେଶ୍ୱର ବଡମାଳି, ବିଶୁ ବଡମାଳି ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ସମସ୍ତେ ଘରେଘରେ ପିଠାପଣା, ଭୋଜିଭାତ କରି ନବାନ୍ନ ଖାଇଥିଲେ ।

Comments (0)
Add Comment