ବୌଦ୍ଧ,୧୬/୧୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ସେବା ସମବାୟ ସମିତି ତରଫରୁ ଆଜି ଗୋଠ ସାହି ପଡିଆରେ ଖରିଫ ଧାନ କ୍ରୟ କେନ୍ଦ୍ର ଶୁଭାରମ୍ଭ ହୋଇଛି । ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ଧାନ ମଣ୍ଡିକୁ ନଡିଆ ବାଡେଇ ଶୁଭାରମ୍ଭ କରିଥିଲେ । ସରସରା ସମିତିର ସମ୍ପାଦକ ପ୍ରିୟ ପ୍ରକାଶ ପ୍ରଧାନ, ଚାଷୀ ନାରାୟଣ ଜେନା, ସୁବ୍ରତ ବେହେରାଙ୍କ ସମେତ ଟୋକନ ପାଇଥିବା ଅନ୍ୟାନ୍ୟ ଚାଷୀ ଓ ସମିତିର କର୍ମଚାରୀମାନେ ଉପସ୍ଥିତ ଥିଲେ । ସରସରା ସମିତିର ଦୁଇଟି ଅସ୍ଥାୟୀ ଧାନ ବିକ୍ରୟ କେନ୍ଦ୍ର ସରସରା (ଗୋଠ ସାହି) ଓ ବନ୍ଧାପଥର ଠାରେ ହେବ । ସରସରା ଧାନ କେନ୍ଦ୍ରରେ ୫୪୧ ଜଣ ଓ ବନ୍ଧାପଥର କେନ୍ଦ୍ରରେ ୩୨୫ ଜଣ ଚାଷୀ ପଂଜିକୃତ ହୋଇଥିବା ସୁଚନା ମିଳିଛି ।