ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ଦାବିପତ୍ର ପ୍ରଦାନ

ବୌଦ୍ଧ,୫/୧୧ – ବିଭିନ୍ନ ଦାବିରେ ଆଜି ରାଷ୍ଟ୍ରୀୟ ମଜଦୁର୍‌ କଂଗ୍ରେସ ତରଫରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିପରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୨୨ ଦଫା ସମ୍ବଳିତ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ପ୍ରଦାନ କରାଯାଇଛି । କୋଭିଡ ସମୟରେ ବିଦ୍ୟୁତ୍‌ ବୃଦ୍ଧି ପ୍ରତ୍ୟାହାର, ରେଳବାଇ, କୋଇଲା, ବ୍ୟାଙ୍କ, ଓ ପ୍ରତିରକ୍ଷା ଶିଳ୍ପକୁ ଘରୋଇକରଣ ବନ୍ଦ କରିବା, ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ପ୍ରଦାନ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଓ କୃଷି ଆଇନ ପ୍ରତ୍ୟାହାର କରିବା, ପ୍ରବାସୀ ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେବା, ବିଦ୍ୟୁତ୍‌ ବିଭାଗ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଆଦି ୨୨ ଗୋଟି ପ୍ରସଂଗ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।

ଆଜିର ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ବୌଦ୍ଧ ଶାଖା ସଭାପତି -ସରୋଜ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି – ନବ କୁମାର ମିଶ୍ର, ପ୍ରଶାନ୍ତ ସାହୁ, ରାୟ ସଂଜୀବ କୁମାର ଦେଓ, ଭୀମ ମଲ୍ଲିକ, ଅଚ୍ୟୁତ କର୍ଣ୍ଣ, ବୀରବର ଦେହୁରୀ, ଫକୀର ମଲ୍ଲିକ, ତ୍ରିପୁରାରୀ ସିଂ, ବିକ୍ରମ ପ୍ରଧାନ ଛାତ୍ର କଂଗ୍ରେସ ସଭାପତି, ମହେଶ୍ୱର ପ୍ରଧାନ, ପ୍ରଦୀପ ଦାସ, ବୁଦ୍ଧଦେବ ପ୍ରଧାନ, ବେଣୁଧର ମେହେର, ଯୋଗେଶ୍ୱର ନାୟକ, ପ୍ରଭଞ୍ଜନ ବାରିକ, ଏବଂ ଓଡିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ସଙ୍ଘ (ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସହ ଅନୁବନ୍ଧିତ ) ବୌଦ୍ଧ ଡିଭିଜନ ସମ୍ପାଦକ – ରାଧେଶ୍ୟାମ ପାଳ, ଶରଦ ପ୍ରସାଦ ମହାକୁଳ ସହ ସମ୍ପାଦକ, ସବଡ଼ିଭିଜନାଲ କାର୍ଯ୍ୟକାରୀ ସଭ୍ୟ ଅଶୋକ କୁମାର ସାମନ୍ତରାୟ, ସାରଥୀ ଭୋଇ, ଦୟାନନ୍ଦ ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment