ବୌଦ୍ଧଜିଲ୍ଲାକୁ ଆସିବେ ୧୨ ନୂଆ ଡାକ୍ତର

ବୌଦ୍ଧ,୫/୬- ବୌଦ୍ଧଜିଲ୍ଲାକୁ ଆସିବେ ୧୨ ନୂଆ ଡାକ୍ତର । ରାଜ୍ୟସରକାର ୭୫୦ ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଏହି ଡାକ୍ତରମାନଙ୍କୁ ସରକାର ସିଧାସଳଖ ନିଯୁକ୍ତି ସ୍ଥାନ ନିର୍ଦ୍ଧାରଣ କରି ପଠାଇଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ ଡାକ୍ତର ରଶ୍ମିତା ଜେନାଙ୍କୁ କଣ୍ଟାମାଳ ସି.ଏଚ.ସିରେ ନିଯୁକ୍ତି ମିଳିଥିବାବେଳେ ଡାକ୍ତର ସୂର୍ଯ୍ୟରଶ୍ମି ସୁମିତ ମହାଲିଙ୍ଗ ଓ ଡାକ୍ତର ରାହୁଲ କୁମାର ଶାହା ସି.ଏଚ.ସି ମନମୁଣ୍ଡାରେ, ଡାକ୍ତର ଋତୁରାଜ ପ୍ରତାପ ଏବଂ ଡାକ୍ତର ବିମଳ କୁମାର ସାହୁ ସି ଏଚ ସି ବାଉଁଶୁଣୀରେ, ଡାକ୍ତର ବିକାଶ କୁମାର ପରିଡା ପି ଏଚ ସି ଜହ୍ନାପଙ୍କରେ, ଡାକ୍ତର ସ୍ମୃତିରାଣୀ ଅଗ୍ରୱାଲ ଏବଂ ଡାକ୍ତର ରଜତ କୁମାର ମହାନନ୍ଦ ସି.ଏଚ.ସି ପୁରୁଣାକଟକରେ, ଡାକ୍ତର ସବିତା ମାଝୀ ଏବଂ ଡାକ୍ତର ଆଶିଷ ରଞ୍ଜନ ନାୟକ ସି.ଏଚ.ସି ଆଡେଣିଗଡ଼ରେ, ଡାକ୍ତର ରୂପଚାନ୍ଦ ହାଁସଦା ପିଏଚସି ତଳଗାଁରେ, ଡାକ୍ତର ଜୟଶ୍ରୀ ସାହୁ ଧଳପୁର ପି.ଏଚ.ସିରେ ନିଯୁକ୍ତି ପାଇଥିବା ଜଣାପଡିଛି ।

Comments (0)
Add Comment