ଜିଲ୍ଲାସ୍ତରୀୟ ବିଜେପିର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆରମ୍ଭ

ବୌଦ୍ଧ,୧୯/୯- ସେବା ଓ ସମର୍ପଣ ୨୦ ଦିନିଆ ଜିଲ୍ଲା ଓ ମଣ୍ଡଳସ୍ତରୀୟ କାର୍ଯ୍ୟକ୍ରମ ଅନ୍ତର୍ଗତ ତୃତୀୟ ଦିନରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଓ ସିଙ୍ଗଲ୍‌ ବ୍ୟବହାର ପ୍ଲାଷ୍ଟିକ୍‌ ବସ୍ତୁ ବ୍ୟବହାର ବର୍ଜନ ଉପରେ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ସହ ନଗର ମଣ୍ଡଳ କର୍ମକର୍ତ୍ତା ବୃନ୍ଦ ମିଳିତ ଭାବରେ ଉପରୋକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ରାମେଶ୍ୱର ମନ୍ଦିର ପରିସରରେ କରାଯାଇଥିଲା । ଲୋକମାନଙ୍କୁ ସଚେତନତା ବାର୍ତ୍ତା ଦେବା ସଙ୍ଗେ ସଙ୍ଗେ ସିଙ୍ଗଲ୍‌ ବ୍ୟବହାର ପ୍ଲାଷ୍ଟିକ୍‌ ବସ୍ତୁ ବ୍ୟବହାରର କୁପରିଣାମ ପରିବେଶ ଉପରେ ପଡୁଥିବାରୁ ଜଣସାଧାରଣଙ୍କୁ ନିବେଦନ କରାଯାଇ ବର୍ଜନ କରିବାପାଇଁ ପ୍ରଚାର ପ୍ରସାର କରାଯାଇଥିଲା । ସେବା ଓ ସମର୍ପଣ ଅଭିଯାନର ତୃତୀୟ ଦିନରେ ବିଭିନ୍ନ ବୁଥ, ମଣ୍ଡଳ, ଶକ୍ତିକେନ୍ଦ୍ର ମାନଙ୍କରେ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ଆଜିର କାର୍ଯ୍ୟକ୍ରମରେ ବୃକ୍ଷରୋପଣ ସହ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଇଅଛି । ତଦନୁଯାୟୀ ଗ୍ରାମୀଣ ମଣ୍ଡଳ ଡୁଡୁରୁବାହାଲ ଗ୍ରାମରେ ବୃକ୍ଷରୋପଣ ସହ ସିଙ୍ଗଲ୍‌ ବ୍ୟବହାର ପ୍ଲାଷ୍ଟିକ୍‌ ବର୍ଜନ ଉପରେ ଜନସାଧାରଣଙ୍କୁ ବାର୍ତ୍ତା ପ୍ରଦାନ କରାଯାଇଥିଲା । କିପରି ପରିବେଶ ପ୍ରଦୂଷଣ ଯୋଗୁ ବିଭିନ୍ନ ପ୍ରକାର ରୋଗ ବୈରାଗରେ ଆକ୍ରାନ୍ତ ହେଉଛନ୍ତି ।

ପୁରୁଣା କଟକ ମଣ୍ଡଳର ବୁରୁବୁଡା ଗ୍ରାମର ଶିବ ମନ୍ଦିର ପଡିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ସହିତ ମଣ୍ଡଳ ସଭାପତି ବ୍ୟୋମକେଶ ମହାପାତ୍ର, ନବୀନ ହୋତା, ଶ୍ରୀମତି ମୀନାରାଣୀ ମିଶ୍ର, ଶ୍ରୀମତୀ ବବିତା ପ୍ରଧାନ, ଶ୍ରୀମତୀ ମାମି ବେହେରା, ସ୍ୱଚ୍ଛ ଭାରତ ଜିଲ୍ଲା ମୁଖ୍ୟ ବିଶିକେଶନ ପ୍ରଧାନ, ସତ୍ୟାନନ୍ଦ ପାଣ୍ଡେ , ତାପସ ପଟ୍ଟନାୟକ, ଶ୍ୟାମ ସୁନ୍ଦର ପୁରୋହିତ, ରଘୁନାଥ ବେହେରା, ଦେବଦତ୍ତ ଦଲାଲ, ଦେବ ପୁରୋହିତ, ରାଜ କୁମାର ମେହେର, ପ୍ରଭୁଦତ୍ତ ଦଲାଲ, ବିଶିକେଶନ ମେହେର ପ୍ରମୁଖ ବହୁଦଳୀୟ ନେତୃବୃନ୍ଦ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ଯୋଗଦାନ କରିଥିଲେ ।

Comments (0)
Add Comment