ବୌଦ୍ଧ: ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର

ବୌଦ୍ଧ,୧/୭:- ବୌଦ୍ଧ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଆଜି ସଦରମହକୁମାରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଜେ. ସୋନାଲ ଏବଂ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦଙ୍କ ଉପସ୍ଥିତିରେ ୭୧ଜଣ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣାଣୀ ହୋଇଥିଲା । ଏହି ଶିବିରରେ ୬୭ ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୪ଟି ଗ୍ରାମର ଗୋଷ୍ଠୀଗତ ମାମଲା ଥିଲା । ୧୩ ଜଣ ଅଭିଯୋଗକାରୀଙ୍କ ତୁରନ୍ତ ସମାଧାନ ହୋଇଥିବାବେଳେ ୩ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୧୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Comments (0)
Add Comment