ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ (ଦକ୍ଷିଣାଞ୍ଚଳ )ଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ,୨୩/୮- ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ (ଦକ୍ଷିଣାଞ୍ଚଳ ) ଶ୍ରୀଯୁକ୍ତ ଗୁରୁବୀର ସିଂହ , ଓ.ଆଇ.ଏସ(୧) ଏସ.ବି ଆଜି ବୌଦ୍ଧ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ସେ ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଏବଂ ସାମ୍ବାଦିକ ମାନଙ୍କସହ ସମନ୍ୱୟ ରକ୍ଷାକରି ଉତ୍ତମ ବୁଝାମଣାରେ କାର୍ଯ୍ୟ କରିବା ପାଇଁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଶ୍ରୀ ସିଂହ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟକାରିତା ପ୍ରଣାଳୀ, ହିସାବ ବିବରଣୀ ଉପରେ ପଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ସଠିକ ଭାବେ ନିୟମ ମୁତାବକ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ସେହିପରି କାର୍ଯ୍ୟାଳୟର ଅନୁମୋଦିତ କର୍ମଚାରୀଙ୍କ ପଦବୀ ସଂଖ୍ୟା, ଖାଲି ପଡିଥିବା ପଦବୀ, କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା, କର୍ମଚାରୀ ମାନଙ୍କ ପାଇଁ ସରକାରୀ ବାସଗୃହ, ଅଫିସ ଯାନ, ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା, ସୂଚନା କେନ୍ଦ୍ର ଓ ପାଠାଗାରର ପରିଚାଳନା ଓ ବିଭିନ୍ନ ସମସ୍ୟା , ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ, ଓଡିଶା ରେଫରେନସ ଆଦି ବିକ୍ରୟର ବିବରଣୀ ଉପରେ ମଧ୍ୟ ଅନୁଧ୍ୟାନ କରିଥିଲେ ଏବଂ ଏହି ସମସ୍ୟା ଗୁଡିକର ସମାଧାନ ପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ । ଏତଦସହିତ ସମସ୍ତ କର୍ମଚାରୀ ସମୟାନୁବର୍ତ୍ତିତା ସହିତ ଠିକ ଭାବରେ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ,କାର୍ଯ୍ୟାଳୟର ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ମଣ୍ଟୁ ପାଣ୍ଡେ, ଗ୍ରନ୍ଥାଗାରିକ ଯୁଧିଷ୍ଠିର ପ୍ରଧାନି, କର୍ମଚାରୀ ଅକ୍ଷୟ କୁମାର ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment