ବୌଦ୍ଧ,୨୩/୬- ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ମହାସମାରୋହରେ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଜିଲ୍ଲାସ୍ତରରେ, ଶକ୍ତି କେନ୍ଦ୍ର ଓ ମଣ୍ଡଳ ସ୍ତରରେ ପାଳିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ସ୍ୱର୍ଗତ ମୁଖାର୍ଜୀଙ୍କ ଦେଶର ଏକତା ଓ ଅଖଣ୍ଡତା ପାଇଁ ନିଜ ଜୀବନକୁ କିପରି ଉତ୍ସର୍ଗ କରିଥିଲେ ସେ ସମ୍ବନ୍ଧୀୟ ସୂଚନା ବକ୍ତାମାନେ ପ୍ରଦାନ କରିଥିଲେ । ତାଙ୍କର ସେତବେଳର ଦାବୀ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବାକୁ ଯାଇ କାଶ୍ମୀରରେ ୨୩.୦୬.୧୯୫୩ ମସିହାରେ ଅତ୍ୟନ୍ତ ରହସ୍ୟଜନକ ଭାବେ ତାଙ୍କର ମୃତ୍ୟୁ ଘଙ୍କିଥିଲା । ଆଜି ତାଙ୍କର ମୃତ୍ୟୁ ବାର୍ଷିକ ପାଳନକୁ ସାରା ଭାରତରେ ବଳିଦାନ ଦିବସ ଭାବରେ ବିଜେପି ପକ୍ଷରୁ ପାଳନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରରେ ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ତାପସ କୁମାର ପଟ୍ଟନାୟକଙ୍କ ସହିତ ବରିଷ୍ଠ ନେତୃବୃନ୍ଦ ସର୍ବଶ୍ରୀ ମନରଞ୍ଜନ ଦାସ, ବ୍ୟୋମକେଶ ମହାପାତ୍ର, ନମିତା ରାଣୀ ଦାସ , ରାଜ କୁମାର ମେହେର ,ରାଜୀବ ଦେହୁରୀ ,ସଂଗ୍ରାମ ବେହେରା , ପ୍ରେମାନନ୍ଦ ମିଶ୍ର ,ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ ,ବିଶି କେଶନ ମେହେର ,ପ୍ରଦୀପ ନାୟକ ,ଅନିଲ ପ୍ରଧାନ, ଶ୍ରୀକାନ୍ତ ଦନ୍ତା ,ନିରଞ୍ଜନ ଦାନୀ ପ୍ରମୁଖ ବହୁ ଦଳୀୟ ନେତୃବୃନ୍ଦ ଯୋଗଦାନ କରିଥିଲେ ।