ବୌଦ୍ଧ: ଆଜି ଜିଲ୍ଲାର ସଂକ୍ରମିତ ମଧ୍ୟରୁ ଅର୍ଦ୍ଧାଧିକ ହରଭଙ୍ଗା ବ୍ଲକର

ବୌଦ୍ଧ,୧୮/୬- ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୩୫ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଅର୍ଦ୍ଧାଧିକ ହେଉଛନ୍ତି ହରଭଙ୍ଗା ବ୍ଲକ୍‌ ଅଂଚଳର । ଆଜି ହରଭଙ୍ଗା ବ୍ଲକ୍‌ ୧୦ ଗୋଟି ଗ୍ରାମ ପଞ୍ଚାୟତର ୧୩ ଟି ଗ୍ରାମ ମଧ୍ୟରୁ ମୋଟ୍‌ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ବୌଦ୍ଧ ଓ କଣ୍ଟାମାଳ ବ୍ଲକ୍‌ ସମେତ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ଆକ୍ରାନ୍ତ ସଂଖ୍ୟା ଏକ ଅଙ୍କ ମଧ୍ୟରେ ରହିଛି । ବୌଦ୍ଧ ବ୍ଲକରୁ ୭ ଜଣ ଓ କଣ୍ଟାମାଳ ବ୍ଲକରୁ ୮ ଜଣ ଓ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ମାତ୍ର ଜଣେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଅ।ର ସିଂ ସୂଚନା ଦେଇଛନ୍ତି ।

Comments (0)
Add Comment