ବୌଦ୍ଧ,୧୮/୪- ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧ ଦ୍ୱାରା ଶିଳ୍ପ ତାଲିମ ସରକାରୀ ଅନୁଷ୍ଠାନ ବୌଦ୍ଧ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧର ସଚିବ ଚରଣଜିତ ଓରାମଙ୍କ ଦ୍ୱାରା ପରିଚାଳିତ ହୋଇଯାଇଛି । ଆମ ଆଇନର ସିଆରପିସିରେ ଲିଖିତ ଥିବା ବ୍ୟବସ୍ଥା ଏଫଆଇଆର, ବେଲ୍, ସମନ, ୱାରେଣ୍ଟ , ଅପିଲ, ଲିଗାଲ କେଶ୍, କ୍ରିମିନାଲ କେଶ ଉପରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଳ୍ପ ତାଲିମ ସରକାରୀ ଅନୁଷ୍ଠାନର ଅଧ୍ୟକ୍ଷ ଅବିନାଶ ମିଶ୍ରଙ୍କ ସହଯୋଗରେ ଏହି ଅନୁଷ୍ଠାନର ଛାତ୍ର ଏବଂ ଛାତ୍ରୀଗଣ, ଶିକ୍ଷକ ଶିକ୍ଷୟିତ୍ରୀଗଣ ଯୋଗଦେଇଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧର ପ୍ୟାନେଲ ଲୟର ବିକାଶ ଚନ୍ଦ୍ର ବେହେରା, ଶିଳ୍ପ ତାଲିମ ସରକାରୀ ଅନୁଷ୍ଠାନର ତାଲିମ ଅଧିକାରୀ ସୁବୋଧ କୁମାର ପାଣିଗ୍ରାହୀ, ଶିକ୍ଷକ ମକରଧ୍ୱଜ ପାଢୀ ପ୍ରମୁଖ ଯୋଗଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଆଇନର ମୌଳିକ ବିଷୟମାନ ଏବଂ ଏହାର ବିଭିନ୍ନ ଦିଗ ଉପରେ ସଚେତନ କରାଯାଇଥିଲା । ଏଥିସହିତ ଆଇନସେବା ପ୍ରାଧିକରଣ ମାନଙ୍କ ଦ୍ୱାରା ଉପଲବ୍ଧ ହେଉଥିବା ମୁକ୍ତ ଆଇନସେବା ଗୁଡିକ ବିଷୟରେ ମଧ୍ୟ ବିସ୍ତୃତ ଭାବେ ଆଲୋକପାତ କରାଯାଇଥିଲା ।