ବୌଦ୍ଧ,୨/୬- ବୌଦ୍ଧଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ ଆଜି ବୁଟୁପାଲି ନିକଟସ୍ଥ ନାରାୟଣପୁର ନିକଟରେ ଥିବା ସ୍ୱଧାର ଗୃହକୁ ନିୟମିତ ପରିଦର୍ଶନରେ ଯାଇଥିଲେ । ସେଠାରେ ରହୁଥିବା ୨୫ ଜଣ ମହିଳା ଅନ୍ତେବାସୀ ଓ ୫ ଜଣ ଶିଶୁଙ୍କୁ ସାକ୍ଷାତକରି ଭଲମନ୍ଦ ବୁଝିଥିଲେ । ଏହା ସହିତ କେନ୍ଦ୍ରର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହିତ ପ୍ରୋଗ୍ରାମ୍ ଅଫିସର ଶର୍ମିଷ୍ଠା ହୋତା ଗସ୍ତ କରିଥିବା ଜଣାପଡିଛି । ଅନ୍ତେବାସୀମାନେ କୋଭିଡ-୧୯ ଗାଇଡଲାଇନକୁ ମାନି ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷାକରି ଚାଷକାର୍ଯ୍ୟ କରୁଥିଲେ ।