ବୌଦ୍ଧ/ବାଉଁଶୁଣୀ,୫/୬- ବୌଦ୍ଧବ୍ଲକ ବାଉଁଶୁଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଡଭିତର ଓ ଟିକିରାପଡା ଗ୍ରାମରେ ସମାଜସେବୀ ଇଂ ରାକେଶ ତ୍ରିପାଠୀ, ,ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିକ୍ରମ ମହାକୁଳ, ଗ୍ରାମର ସ୍ୱେଚ୍ଛାସେବୀ ତଥା ସକ୍ରିୟ ଯୁବଗୋଷ୍ଠୀ ଏବଂ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମିଳିତ ଉଦ୍ୟମରେ କରୋନା ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଡଭିତର ଗ୍ରାମରୁ ୧୯୪ ଜଣଙ୍କ କରୋନା ଆରଟିପିସିଆର ଟେଷ୍ଟ କରାଯାଇଥିବାବେଳେ ଟିକିରାପଡା ଗ୍ରାମରେ ମଧ୍ୟ ମୋଟ ୭୯ ଜଣଙ୍କ ଟେଷ୍ଟ ନମୁନା ସଂଗ୍ରହ କରାଯାଇଛି । ଏହା ସହିତ ଇଂ ତ୍ରିପାଠୀ ଉଭୟ ଗ୍ରାମରେ ପରୀକ୍ଷଣ ହୋଇ ଚିହ୍ନିତ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଘରକୁ ଘର ଭ୍ରମଣ କରି ସ୍ୱାସ୍ଥ୍ୟବସ୍ଥା ,ଅକ୍ସିଜେନ ସ୍ତର ମାପିବା ସହିତ ମାସ୍କ ପରିଧାନ,ସାନିଟାଇଜର ବ୍ୟବହାର, ଔଷଧ ସେବନ, ସଙ୍ଗରୋଧରେ ରହିବା ସହିତ କୋଭିଡ ସମ୍ପର୍କରେ ସଚେତନ କରିବା ସହ ବିଭିନ୍ନ ପରାମର୍ଶ ଦେଇଥିଲେ । ବର୍ତ୍ତମାନ କୋଭିଡ ପରି ସର୍ବବ୍ୟାପୀ ମହାମାରୀ ପରିସ୍ଥିତିରେ ନିଜ ଜୀବନକୁ ଉତ୍ସର୍ଗ କରି କୋଭିଡ ବିରୁଦ୍ଧରେ ଲଢେଇ ଜାରି ରଖିବା ବୋଲି କହିଥିଲେ ।