ଜିଲ୍ଲା ପ୍ରେସ୍‌କ୍ଲବର ୪ର୍ଥ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ

ବୌଦ୍ଧ,୨୬/୭:- ବୌଦ୍ଧ ଜିଲ୍ଲା ପ୍ରେସକ୍ଲବର ଚତୁର୍ଥ ପ୍ରତିଷ୍ଠା ଦିବସ ଅବସରରେ ବୌଦ୍ଧ ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । କୋରନା ଭଳି ଏପରି ଅଭାବନୀୟ ସମୟରେ ପ୍ରେସକ୍ଲବର ଏହି ପ୍ରୟାସକୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ । ଏହି ରକ୍ତଦାନ ଶିବିରରେ ବୌଦ୍ଧର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ୫ମ ବାଟାଲିୟନ ରିଜର୍ଭ ପୋଲିସର ଯବାନମାନେ, ଛାତ୍ର, ପ୍ରଶାସନ ଓ କର୍ମଚାରୀ ସ୍ୱଇଛାରେ ରକ୍ତଦାନ କରିଥିଲେ । ଅତିଥିଭାବେ ଯୋଗଦେଇ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ମଧ୍ୟ ରକ୍ତଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ବରୋଜ କୁମାର ବେହେରା, ସଂପାଦକ ରଘୁନାଥ ଷଡଙ୍ଗୀ, ବରିଷ୍ଠ ସଦସ୍ୟ ଯୁଗଳ କିଶୋର ସାମଲ, ଉପ-ସଭାପତି ସୋମରେଶ ମିଶ୍ର, ଶମ୍ଭୁପ୍ରସାଦ ମିଶ୍ର, ସହ ସଂପାଦକ ଦୁର୍ଯ୍ୟୋଧନ ବିଶି, ସତ୍ୟନାରାୟଣ ପାଣି, ଦେବାନନ୍ଦ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ.ମଳୟ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶିବିରରେ ମୋଟ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସେହିପରି ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ସଂପାଦକ ରଘୁନାଥ ଷଡଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଉପଦେଷ୍ଟା ଦିବ୍ୟଶଙ୍କର ରାଉତଙ୍କ ନେତୃତ୍ୱରେ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟାକେନ୍ଦ୍ରର ଫାର୍ମାସିଷ୍ଟ ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗଦେଇ ଫଳ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏଥିରେ ପ୍ରେସକ୍ଲବର ସଦସ୍ୟ ଜୟକୁମାର ମହାରଣା, ପୂର୍ଣ୍ଣଚରଣ ସାହୁ, ବଂଶୀଧର ମାଝୀ, ରଞ୍ଜନ କୁମାର ପାତ୍ର, ଦେବାଶିଷ ମଲ୍ଲିକ, ବଳରାମ ବାଘ ଓ ସୂଦର୍ଶନ ବଘାର ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ । ସେହିପରି ହରଭଙ୍ଗା ବ୍ଲକ ସଦସ୍ୟମାନେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ।

Comments (0)
Add Comment