ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ମିଠା ଦୋକାନରେ ଚଢ଼ାଉ,୧୪ହଜାର ଟଙ୍କା ଜରିମାନା

ବୌଦ୍ଧ,୧୨/୮- ଆଜି ବୌଦ୍ଧର ଏକ ମିଠା ଦୋକାନରେ ଖାଦ୍ୟ ସୁରକ୍ଷା ଅଧିକାରୀ ଚଢ଼ାଉ କରି ଜରିମାନା ଆଦାୟ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ସହରର ରାଜନପାଲିସ୍ଥିତ ସୋମଦେବ ନାମକ ଏକ ମିଠା ଦୋକାନରେ ଚଢ଼ାଉ କରି ଖାଦ୍ୟ ସୁରକ୍ଷା ଆଇନ ଉଲ୍ଲଙ୍ଘନ ପାଇଁ ୧୦୦୦୦ ଟଙ୍କା, ମାସ୍କ ଓ ସାନିଟାଇଜେର ନିୟମ ଉଲ୍ଲଙ୍ଘନ ପାଇଁ ୧୦୦୦ ଟଙ୍କା, ଟ୍ରେଡ଼ ଲାଇସେନ୍ସ ନବୀକରଣ କରିନଥିବାରୁ ୩୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ସେହିପରି ୫ଟି ଘରୋଇ ଗ୍ୟାସ ସିଲିଣ୍ଡର ମଧ୍ୟ ଜବତ କରାଯାଇଥିଲା । ଖାଦ୍ୟ ସୁରକ୍ଷା ଅଧିକାରୀ ଧରଣୀ କୁମାର ନାୟକ, ପୋଲିସ ଏବଂ ସାଧାରଣ ବଣ୍ଟନ ବିଭାଗ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ । ସଂପୃକ୍ତ ଦୋକାନୀଠାରୁ ଏକ ଅଣ୍ଡରଟେକିଙ୍ଗ ରଖାଯାଇ ଟ୍ରେଡ ଲାଇସେନ୍ସ ନବୀକରଣ ନହେବା ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments (0)
Add Comment