ବୌଦ୍ଧବ୍ଲକ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ,୧୩/୮- ବୌଦ୍ଧ ବ୍ଲକ ଅଗଷ୍ଟ ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ଆଜି ସରକାରୀ ବାଳିକା ବିଦ୍ୟାଳୟ ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ସଭାପତିତ୍ୱ କରି ଜାତୀୟ ଶିକ୍ଷାନୀତି ୨୦୨୦କୁ ସମସ୍ତେ ପଢିବା ସହିତ ତଦନୁସାରେ ଶିକ୍ଷଣ କାର୍ଯ୍ୟ କରିବା, ମୋ ସ୍କୁଲ ଅଭିଯାନ ବୌଦ୍ଧ ବ୍ଲକର ୨୦୩ଟି ବିଦ୍ୟାଳୟ କରିଛନ୍ତି ଯେଉଁ ବିଦ୍ୟାଳୟ ମାନେ କରିନାହାନ୍ତି ଆସନ୍ତା ୨୦ତାରିଖ ଭିତରେ କରିବା, ବିଦ୍ୟାଳୟ ୟୁ ସି ଦାଖଲ କରିବା ଆଦି ବିଷୟରେ ସିଆରସିସି ମାନଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକ ପ୍ରଶିକ୍ଷିକା ନିହାରିକା ସାମନ୍ତରାୟ ଜାତୀୟ ଶିକ୍ଷାନୀତି ୨୦୨୦ର ୫+୩+୩+୪ଉପରେ ଆଲୋଚନା କରିଥିବାବେଳେ ଅନୁପମା ମେହେର ଶିକ୍ଷଣ ଫଳ ଆଧାରରେ ଦ୍ୱିତୀୟ ଶ୍ରେଣୀ ଗଣିତର ଏକ ଶିକ୍ଷଣ କାର୍ଯ୍ୟ ଉପସ୍ଥାପନ କରିଥିଲେ । ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ବିଦ୍ୟାଳୟ ପୋଷାକ ବିତରଣ, ବିଭିନ୍ନ ଅନୁଦାନର ଉପଯୋଗ ଏବଂ ଖର୍ଚ୍ଚ ବିବରଣୀ ପ୍ରଦାନ, ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ଆଦି ବିଭାଗୀୟ ବିଷୟକୁ ଆଲୋଚନା କରିଥିଲେ । ସିଆରସିସି ପୂର୍ଣ୍ଣଚନ୍ଦ୍ର କରଡ଼ିଆ ଧନ୍ୟବାଦ ଦେଇଥିଲେ । ବ୍ଲକର ସମସ୍ତ ସି ଆର ସି ସି ଓ କାର୍ଯ୍ୟାଳୟ ସହଯୋଗୀ ଉପସ୍ଥିତ ଥିଲେ । ଆଲୋଚନାରେ ରାଜକୁମାର ପ୍ରଧାନ, ସନତ ବାରିକ, ସନ୍ତୋଷ ଶତପଥୀ, ସନ୍ତୋଷ କର୍ଣ୍ଣ, ସଞ୍ଜୟ ଦେହୁରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Comments (0)
Add Comment