ବୌଦ୍ଧ,୨୩/୫- ବୌଦ୍ଧବ୍ଲକ୍ ମୁଣ୍ଡିପଦର ଗ୍ରାମପଞ୍ଚାୟତରେ ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍ ପରୀକ୍ଷଣ କରାଯାଇଥିଲା । ପରୀକ୍ଷା ହୋଇଥିବା ନମୁନା ମଧ୍ୟରୁ ମୁଣ୍ଡିପଦର ଗ୍ରାମରୁ ୩୪ ଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଯେଉଁମାନଙ୍କ ପଜିଟିଭ ବାହାରିଛି ହୋମ୍ ଆଇସୋଲେସନ୍ରେ ସେମାନଙ୍କୁ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ମାତ୍ର ଅନେକ ବ୍ୟକ୍ତିଙ୍କ ହୋମ୍ ଆଇସୋଲେସନ୍ରେ ରହିବା ପାଇଁ ସ୍ୱତନ୍ତ୍ର କୋଠରୀ ନଥିବା ହେତୁ ଚିନ୍ତାରେ ପଡିଛନ୍ତି । ସେମାନେ ଶୌଚ ସ୍ନାନ ପାଇଁ ବାହାରେ ନିର୍ଭର କରୁଥିବାରୁ ଗ୍ରାମବାସୀ ମଧ୍ୟ ଆତଙ୍କିତ ଅଛନ୍ତି । ଏପରି ପରିସ୍ଥିତିରେ ଗତକାଲି ପଜିଟିଭ ଚିହ୍ନଟ ମୁଣ୍ଡିପଦର ଗ୍ରାମର ୧୧ ଜଣ ପୁରୁଷ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ସଙ୍ଗରୋଧରେ ଥିବା ଦେଖିବାକୁ ମିଳିଛି । ଗତ ରାତିରେ ପରିବାର ଲୋକ ଖାଇବାକୁ ସ୍କୁଲ୍କୁ ନେଇ ଦେଇଥିଲେ ଓ ସେଠାରେ ଖାଈ ରାତି କଟାଇଥିବା ଦେଖିବାକୁ ମିଳିଥିଲା । ଗତ ବର୍ଷ ମୁଣ୍ଡିପଦର ଉଚ୍ଚ଼ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପୁନଃ ଖୋଲାଯାଇ ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କୁ ରଖାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି ।