ବୌଦ୍ଧ,୨୦/୮- ଅତ୍ୟନ୍ତ ଶୋକାକୁଳ,ଭାବମୟ ପରିବେଶରେ ନୀଳଚକ୍ର ସାହିତ୍ୟ ସଂସଦ ତରଫରୁ ସାହିତ୍ୟିିକ ତଥା ସାମ୍ବାଦିକ ସ୍ୱର୍ଗତ ମନୋରଞ୍ଜନ ମିଶ୍ରଙ୍କ ଆଜି ଦ୍ୱାଦଶାହ ତିଥିରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ନୀଳଚକ୍ର ସାହିତ୍ୟ ସଂସଦର ସଭାପତି ଇଂ ସଞ୍ଜୟ କୁମାର ପଣ୍ଡା ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ଯୋଗଦେଇଥିବାବେଳେ ଅତିଥିଭାବେ କବି କିଶୋର ମିଶ୍ର, କବୟିତ୍ରୀ ପଦ୍ମାଳୟା ମିଶ୍ର ଯୋଗଦାନ କରିଥିଲେ । ସାହିତ୍ୟିକ ରମେଶ ମେହେର, ସନ୍ତୋଷ କର୍ଣ୍ଣ ସଭା ପରିଚାଳନା କରିଥିଲେ । ରମେଶ ପ୍ରସାଦ ମେହେରଙ୍କ ଦ୍ୱାରା ରଚିତ ଗଳ୍ପ ପୁସ୍ତକ “ଅପେକ୍ଷାରେ ଅନୁପମା’ ଦିବଙ୍ଗତ ସାହିତ୍ୟିକ ଶ୍ରୀ ମିଶ୍ରଙ୍କୁ ସମର୍ପିତ କରାଯାଇଥିଲା । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତ ସଦସ୍ୟ ନିରବ ପ୍ରାର୍ଥନା କରିବା ସହ କବିତା ଓ କଥା ମାଧ୍ୟମରେ ସ୍ମୃତିଚାରଣ କରିଥିଲେ । ଇଂ ଶ୍ରୀ ପଣ୍ଡା ଏହିଅବସରରେ ପ୍ରତ୍ୟେକବର୍ଷ ମନୋରଞ୍ଜନ ମିଶ୍ର ସ୍ମୃତି ସମ୍ମାନ ପୁରସ୍କାର ପ୍ରଦାନ ନିମନ୍ତେ ଘୋଷଣା କରିଥିଲେ । ଏକ ସ୍ନେହୀ, ନିରୁତା ସାହିତ୍ୟିକଙ୍କ ଅନ୍ତହେଲା ବୋଲି ଶୋକସଭାରେ ମତ ପ୍ରକାଶ ପାଇଥିଲା । ଶେଷରେ ରମେଶ ପ୍ରସାଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।