ବୌଦ୍ଧ/ଜହ୍ନ ।ପଙ୍କ,୨/୯- ବୌଦ୍ଧ ବ୍ଲକ ତେଲିବନ୍ଧ ପଂଚାୟତର ଚନ୍ଦ୍ରପୁର ଗ୍ରାମର ଉଗ୍ରେସନ ମିର୍ଦ୍ଧାଙ୍କ ପୁଅ ରୁଦ୍ର ନାରାୟଣ ମିର୍ଦ୍ଧା । ରୁଦ୍ର ଗତ ମାଟ୍ରିକ ପରୀକ୍ଷାରେ ୫୩୩ ମାର୍କ ରଖି ଏ-୨ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କ ବାପା ଜଣେ ମାନସିକ ବିକୃତ ରୋଗୀ । ବିପିଏଲ ଶ୍ରେଣୀ ଭୁକ୍ତ ଏହି ପରିବାର ଜାତିରେ ଅନୁସୂଚିତ ଜାତି ଅଟନ୍ତି । ପରିବାରର ରୋଜଗ ।ର କେବଳ ମା ଙ୍କ ଉପରେ ନିର୍ଭର କରେ । ମା ଙ୍କ ରୋଜଗାରରେ ପରିବାର କଷ୍ଟେମଷ୍ଟେ ଚଳିଯାଆନ୍ତି ହେଲେ ପାଠପଢାଇବାକୁ ପାଖରେ ସମ୍ବଳ ନାହିଁ । ଯଦିଓ ଉଚ୍ଚ଼ ଶିକ୍ଷା ପାଇଁ ଆଗ୍ରହ ଅଛି କିନ୍ତୁ ଏଥିରେ ଅର୍ଥ ସାଜିଛି ବାଧକ । ତେଣୁ ସେ ଜିଲ୍ଲାପାଳଙ୍କୁ ଭେଟି ନିଜର ଆପତ୍ତି ଜଣାଇଥିଲେ । ଜିଲ୍ଲା ପ୍ରଶାସନ, କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ କିମ୍ବା ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇବେ ତେବେ ରୁଦ୍ର ଉଚ୍ଚ ଶିକ୍ଷା ଲାଭ କରିପାରିବେ ।