ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ଜିଲ୍ଲାପାଳଙ୍କ ଆଉ ଏକ ନିଆରା ପ୍ରୟାସ

ବୌଦ୍ଧ,୭/୯-ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ପ୍ରତ୍ୟେକ ଦିନ ନୂଆ ନୂଆ ପ୍ରୟାସ ଜାରି ରଖିଛନ୍ତି । ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ସଂସ୍କୃତି ସଂପନ୍ନ ବୌଦ୍ଧଜିଲ୍ଲା ନାମିତ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି, ଫଟୋ ଚିତ୍ରିତ କରାଯାଇଛି । ଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ଚଳିତବର୍ଷ ବୁଦ୍ଧ ପୂର୍ଣ୍ଣିମା ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଦ୍ଧ ଜୟନ୍ତୀ ପାଳିତ ହେବା ସହ ରାଜ୍ୟ ସରକାର ବୌଦ୍ଧ ଜିଲ୍ଲାକୁ ସ୍ଥାନୀୟ ଛୁଟି ଦିବସ ଘୋଷଣା କରିଥିଲେ । ଏଥିସହିତ ଅହିଂସା ଧର୍ମକୁ ପାଳନ କରିବା ପାଇଁ ସେହିଦିନ ଘରେ ଘରେ ପିଠା ପଣା କରାଯାଇଥିଲା ଏବଂ ସେ ଦିନ ଆମିଷ ବଜାର ସମ୍ପୂର୍ଣ ବନ୍ଦ ରହିଥିଲା । କିଛିଦିନ ତଳେ ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ଜିଲ୍ଲା କୋଷାଗାର, ବୌଦ୍ଧ ନିକଟରେ ଥିବା ୧୦୦ ବର୍ଷର ପୁରୁଣା ଲିମ୍ବ ଗଛରେ ବୁଦ୍ଧମୂର୍ତ୍ତିର୍ି ଆକୃତିର ନକଲ ଅନୁଭବ କରି ଗଛରେ ଥିବା ନକଲଟିକୁ ପେଣ୍ଟିଙ୍ଗ କରିବାକୁ କହିଥିଲେ । ତଦନୁଯାୟୀ ଉକ୍ତ ଗଛରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଆକୃତିର ପେଣ୍ଟିଙ୍ଗ କରାଯାଇଥିଲା । ଆଗକୁ ଏଠାରେ ଏକ ଛୋଟ ସେଲଫି ପଏଣ୍ଟ କରାଯିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନର ଆଭିମୁଖ୍ୟ ରହିଛି ।

Comments (0)
Add Comment