ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ବୌଦ୍ଧ,୨/୧୨- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଏଡ୍‌ସ ଦିବସ ପାଳନ ଉପଲକ୍ଷେ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ତରଫରୁ ଏନସିସି ଓ ଏନଏସଏସ ସହଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ମହାବିଦ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ବୌଦ୍ଧ ଏଡିଏମ୍‌ଓ ଡକ୍ଟର ଅମିତ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏଡ୍‌ସ ରୋଗର ଭୟାବହତା ଓ ତାର ପ୍ରତିକାର ବିଷୟରେ ସଚେତନ କରାଇଥିଲେ । ସଭାକାର୍ଯ୍ୟ ପରିଚାଳନା କରି ରାଜ୍ୟ ରେଡକ୍ରସ ସୋସାଇଟିର ସଂଚାଳକ ତଥା ଜିଲ୍ଲା ସମ୍ପାଦକ ଅଧ୍ୟାପକ ଡକ୍ଟର ପ୍ରବିର କୁମାର ଦାସ ଏଚ ଆଇ ଭି ଓ ଏଡ଼ସ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏନ୍‌ ଏସ୍‌ ଏସ୍‌ ର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଦାଶରଥି ବିଶ୍ୱାଳ, ଅଧ୍ୟାପକ ଶ୍ରୀଯୁକ୍ତ ସୁରଜ କୁମାର ନାଏକ ଏଡ୍‌ସ ସଚେତନତା ବିଷୟରେ ମତ ପ୍ରଦାନ କରିଥିଲେ ।

ଶେଷରେ ଅଧ୍ୟାପିକା ତଥା ଏନ ଏସ୍‌ଏସ୍‌ ସଂଚାଳିକା ବାସନ୍ତି ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ତଥା ଅଧ୍ୟାପିକା/ଅଧ୍ୟାପକ କର୍ମଚାରୀ ଉପସ୍ଥିତଥିଲେ । ଶେଷରେ ୨୫୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ରେଡ ରିବନ ଚି଼ହ୍ନର ଏକ ମାନବ ଶୃଙ୍ଖଳ ସୃଷ୍ଟି କରି ସମସ୍ତଙ୍କୁ ସଚେତନ କରାଯାଇଥିଲା ।

ବିଶ୍ୱ ଏଡ୍‌ସ ଦିବସବୌଦ୍ଧ
Comments (0)
Add Comment