ବୌଦ୍ଧ ବ୍ଳକସ୍ତରୀୟ ଫୁଟବଲ ପ୍ରତିଯୋଗିତା : ସେମିରେ ଯମଟାଙ୍ଗି, ମୁଣ୍ଡାପଡା, ଗିରାସିଙ୍ଗା ଓ ସାହାଜପାଲ

ବୌଦ୍ଧ/ଜହ୍ନ ।ପଙ୍କ,୨୧/୧୨- ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡା ଖେଳପଡ଼ିଆରେ ଚାଲିଥିବା ବୌଦ୍ଧ ବ୍ଳକସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜି ଚତୁର୍ଥ ଦିନର ପ୍ରଥମ ମ୍ୟାଚ ପଂଚର । ଓ ବଲାସିଙ୍ଗା ମଧ୍ୟରେ ହୋଇଥିଲା । ଏଥିରେ ବଲାସିଙ୍ଗା ୨ -୦ ଗୋଲରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ ସାହାଜପାଲ ଓ ତେନ୍ତୁଳିପ ।ଲି ମଧ୍ୟରେ ହୋଇଥିଲା । ଏଥିରେ ସାହାଜପାଲ ୪ -୧ ଗୋଲରେ ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚ ସାହାଜପାଲ ଓ ବଲାସିଙ୍ଗା ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚରେ କେହି କାହାକୁ ଗୋଲ ଦେଇନପାରିବାରୁ ଟ୍ରାଇବେକରରେ ସାହାଜପାଲ ୪ -୩ ଗୋଲରେ ବିଜୟୀ ହୋଇ ଚତୁର୍ଥ ଦଳଭାବେ ସେମିଫାଇନାଲକୁ ପ୍ରବେଶ କରିଛି । ମ୍ୟାଚକୁ ଅମ୍ବରୀଶ ପ୍ରଧାନ ଓ ବେଦବ୍ୟାସ ମେହେର ପରିଚାଳନା କରିଥିବାବେଳେ ଶମ୍ଭୁ ପ୍ରସାଦ ସାହୁ ଓ ତାପସ ଭୋକ୍ତା ଲାଇନରେ ସହଯୋଗ କରିଥିଲେ । ନିରଞ୍ଜନ ବଗର୍ତ୍ତି ଚତୁର୍ଥ ରେଫରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ବୁଧବାର ପ୍ରଥମ ସେମିଫାଇନାଲ ଯମଟାଙ୍ଗି ଓ ଗିର ।ସିଙ୍ଗା ମଧ୍ୟରେ ହେବାକୁ ଥିବାବେଳେ ଦିତୀୟ ସେମିଫାଇନାଲ ସାହାଜପାଲ ଓ ମୁଣ୍ଡାପଡା ମଧ୍ୟରେ ଅନୁଷ୍ଠିତ ହେବ । ଆଜିର ମ୍ୟାଚରେ ମୁଖ୍ୟଅତିଥି ଭାବେ ମୁଣ୍ଡାପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡା. ରାଜୀବ ଲୋଚନ ନାଏକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାଏକ, ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ନିତ୍ୟାନନ୍ଦ ଭୋଇ କୋ-ଅବଜର୍ଭର ବୌଦ୍ଧ ଜିଲ୍ଲା ,ସ୍ୱେଚ୍ଛାସେବୀ ସୁମନ୍ତ ନାଏକ, ସୁମନ୍ତ ଝାଙ୍କର, ବିଶ୍ୱନାଥ ସାହୁ ପ୍ରମୁଖ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ମୁଣ୍ଡାପଡା ପଂଚାୟତ ଓ ଫ୍ରେଣ୍ଡସ କ୍ଳବ ସହଯୋଗରେ ଏହି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଆସନ୍ତାକାଲି ସେମିଫାଇନାଲ ଓ ୨୩ ରେ ଫାଇନାଲମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।

Comments (0)
Add Comment