ମତଦାତା ଅଧିକାର ଓ କୋଭିଡ଼ ଅନୁକୂଳ ବ୍ୟବହାର’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୧୭/୨- ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ , ଫୁଲବାଣୀ ପକ୍ଷରୁ ଆଜି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗ୍ରାମରେ “ମତଦାତା ଅଧିକାର ଓ କୋଭିଡ଼ ଅନୁକୂଳ ବ୍ୟବହାର’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାମଣ୍ଡା ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ସାହୁ , ଅଧ୍ୟାପିକା ଶ୍ରୀମତୀ ସ୍ମୃତିରାଣୀ ମିଶ୍ର ଏବଂ ବୌଦ୍ଧ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରୀତାକାନ୍ତି ବଳିଆରସିଂ ପ୍ରମୁଖ ଯୋଗଦେଇ ଭୋଟର ମାନଙ୍କୁ ସଚେତନତା ର ବାର୍ତ୍ତା ଦେଇଥିଲେ । ଏଥିରେ ଶତ ପ୍ରତିଶତ ମତଦାନ ନିଜ ନିଜ ପଂଚାୟତରେ କରିବାପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ଏକ ସଚେତନତା ରାଲି ଶତାଧିକ ମହିଳା ଓ ପୁରୁଷଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ।

ପରିଶେଷରେ ଭାରତ ସରକାରଙ୍କର ସ୍ୱୀକୃତିପ୍ରାପ୍ତ କଳାକାରଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଫୁଲବାଣୀ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଶ୍ରୀ ରାମେଶ୍ୱର ନାୟକ ଓ କ୍ଷେତ୍ର ପ୍ରଚାର ସହାୟକ ଶ୍ରୀ ସତ୍ୟନାରାୟଣ ନନ୍ଦ ପରିଚାଳନା କରିଥିଲେ ।

Comments (0)
Add Comment