ବୌଦ୍ଧରେ ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ସମାରୋହ ପାଳିତ

ବୌଦ୍ଧ,୧୧/୪: ଶିକ୍ଷାରେ ଭାରତୀୟତା ପ୍ରୟୋଗ କଲେ ରାଷ୍ଟ୍ରର ପୁନଃରୁଥାନ ହୋଇପାରିବ ବୋଲି ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ସମାରୋହ ପାଳନ ଅବସରରେ ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଂଗଠନର ସଭାପତି ଟଙ୍କଧର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ତଥା ସଂଗଠନର ଶୈକ୍ଷିକ ପ୍ରମୁଖ ଡଃ ପ୍ରବୀର କୁମାର ଦାସ ମୁଖ୍ୟବକ୍ତା ଭାବେ, ଶିକ୍ଷାବିତ୍‌ ସାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସଂଗଠନର ପ୍ରାନ୍ତ ପ୍ରକାଶନ ପ୍ରମୁଖ ଧ୍ରୁବ ଚରଣ ଘିବେଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଥମିକ ସ୍ତରରୁ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ଦେବା ସହ ଶିକ୍ଷା ବ୍ୟବସ୍ଥାରେ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷାର ପ୍ରୟୋଗ କଲେ ବ୍ୟକ୍ତିର ଚରିତ୍ର ଗଠନ ହୋଇ ଭାରତ ଏକ ପରମ ବୈଭବଶାଳୀ ରାଷ୍ଟ୍ରରେ ପରିଣତ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ସମ୍ପାଦକ ଅର୍ଜୁନ କଅଁର ଅତିଥି ପରିଚୟ ପ୍ରଦାନ କରିବାସହ ସଂଗଠନର ବିବରଣୀ ଉପସ୍ଥାପନ କରିଥିଲେ । ଶିକ୍ଷକ ବିଜୟ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ନିମନ୍ତ୍ରିତ ଶିକ୍ଷାବିତ ମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଭାସ ଚନ୍ଦ୍ର ମିଶ୍ର ,ରାଜ କିଶୋର ମହାରଣା,ବିକାଶ କିଶୋର କାନୁନଗୋ,ଲଲିତ କୁମାର ମେହେର,ରବୀନ୍ଦ୍ର କୁମାର ଗୁରୁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ସଫଳତା ଦୃଷ୍ଟିରୁ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ପରିଡ଼ା, ସନ୍ତୋଷିନୀ ରାଉତ, ପୁଷ୍ପାଞ୍ଜଳି ସାହୁ , ରଶ୍ମିତା ବେହେରା, ଦିଲ୍ଲୀପ କୁମାର ସାହୁ, ଗୀତାରାଣୀ ରାୟ ଚୌଧୁରୀ, ରବୀନ୍ଦ୍ର ପ୍ରସାଦ ଚୌଧୁରୀ, ସଦାନନ୍ଦ ମାହାର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Comments (0)
Add Comment