ବୌଦ୍ଧ,୬/୬- ଆଜି ବୌଦ୍ଧର ଡାକଟିକଟ ସଂଗ୍ରାହକ ବିଶ୍ୱନାଥ ମିଶ୍ର ନିଜ ଉଦ୍ୟମରେ ସଂଗ୍ରହ କରିଥିବା ଡାକ ଟିକଟ, ଷ୍ଟାମ୍ପ, ଦେଶ ବିଦେଶର ମୁଦ୍ରା ଓ ନୋଟକୁ ବୌଦ୍ଧ ପାଲଝରସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନୀକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ ବୁଲି ଦେଖିଥିଲେ । ଏହି ପ୍ରଦର୍ଶନୀରେ ଶ୍ରୀ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କୃତି, ମହାପୁରୁଷ ମାନଙ୍କର ବାଣୀ ଓ କର୍ମ, ମୁଦ୍ରା ଆଦି ଡାକ ଟିକଟ ଓ ମୁଦ୍ରା ମାଧ୍ୟମରେ ଅବଗତ କରାଇ ପ୍ରଦର୍ଶନୀର ଦୃଷ୍ଟି ଆକର୍ଷଣ କରାଇଥିଲେ । ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟୋମି ଶ୍ରୀ ମିଶ୍ରଙ୍କର ଏହି ମହାନ କାମକୁ ପ୍ରଶଂସା କରିଥିଲେ ଏବଂ ପିଲାମାନଙ୍କୁ ନିଜ ନିଜର ପାଠପଢା ବ୍ୟତୀତ ବିରତି ସମୟରେ କିଛି ନୂଆ ଜିନିଷ ତିଆରି କରିବା ବା ସଂରକ୍ଷଣ କରିବା ପାଇଁ ପ୍ରେରଣା ଦେଇଥିଲେ ।