ବୌଦ୍ଧଜିଲ୍ଲା ବିଜେପିର ବୁଥ ସଶକ୍ତି କରଣ ଅଭିଯାନର ଜିଲ୍ଲାସ୍ତରୀୟ କର୍ମଶାଳା

ବୌଦ୍ଧ,୨୩/୯:- ବିଜେପି ଯୁବମୋର୍ଚ୍ଚା ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜିଙ୍କ ଜନ୍ମଦିନ ପାଳନ ଅବସରରେ ବିଜେପିର ସେବା ସପ୍ତାହ ଉପଲକ୍ଷେ ଏକ ରକ୍ତଦାନ ଶିବିର ଜିଲ୍ଲା ସଦର ମହକୁମା ଡାକ୍ତରଖାନା ରକ୍ତ ଭଣ୍ଡାର ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କନ୍ଧମାଳ ଲୋକସଭା ପ୍ରବାସ ଯୋଜନାର ପ୍ରଭାରୀ ଶ୍ରୀ ନିରଞ୍ଜନ ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ୨୭ ଜଣ ଦଳୀୟ କର୍ମକର୍ତ୍ତା ପ୍ରମୁଖ ରକ୍ତଦାନ କରିଥିଲେ । ଏହାପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ୱର ବିହାର ଠାରେ ବୁଥ ସଶକ୍ତି କରଣ ଅଭିଯାନ ପାଇଁ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ । ଏହି କର୍ମଶାଳାରେ ରାଜ୍ୟ ବିଜେପି ତରଫରୁ ଶ୍ରୀ ନିରଞ୍ଜନ ମିଶ୍ର ଓ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦାନ୍‌ କରି ବୁଥ ସଶକ୍ତି କରଣ କର୍ମଶାଳାରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ କରି ସତ୍ୟପାଠ କରିବା ସହିତ ମୋ ବୁଥ ମଜବୁତ୍‌ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ବିଶେଷ କରି ଆଜିର ଏହି କର୍ମଶାଳାରେ ଜିଲ୍ଲା ବିଜେପି କମିଟି ସଦସ୍ୟ ସଦସ୍ୟା, ସମସ୍ତ ମଣ୍ଡଳ ସଭାପତି ଓ ପ୍ରଭାରୀଙ୍କ ସହିତ ବିଧାନସଭାର ପ୍ରଭାରୀ ଓ ସଂଯୋଜକ , ବିସ୍ତାରକ ଓ ଦଳୀୟ ପଦାଧିକାରୀ ଯୋଗଦାନ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ସୁଶାନ୍ତ ପ୍ରଧାନ, କହ୍ନେଇ ଚରଣ ଡାଙ୍ଗ, ବୌଦ୍ଧ ବିଧାନସଭା ପ୍ରଭାରୀ ଇଂ. ରାକେଶ କୁମାର ତ୍ରିପାଠୀ, ସଂଯୋଜକ ଯୁଗଳ କିଶୋର ସାମଲ, ବରିିଷ୍ଠ ବିଜେପି ନେତା ଜଗନାଥ ସାହୁ, ତାପସ କୁମାର ପଟ୍ଟନାୟକ , ପ୍ରେମାନନ୍ଦ ମିଶ୍ର, ସୁଶାନ୍ତ ବାଘ, ମନ ରଞ୍ଜନ ଦାସ, ନମିତା ରାଣୀ ଦାସ , ରଶ୍ମିତା ହୋତା, ଶ୍ୟାମ ସୁନ୍ଦର ପୁରୋହିତ , ସୂର୍ଯ୍ୟ ନାରାୟଣ ମହାପାତ୍ର, ଶିଶିର କୁମାର ଘୋଷ , ମାଗୁଣି ଗାଈ ଗୌରୀଆ, ରାଜ କୁମାର ମେହେର, ପୂର୍ଣ୍ଣଚନ୍ଦ୍ର ଗାଈଗୌରୀଆ, ଅଟଳ ପ୍ରଧାନ , ୯ ଜଣ ମଣ୍ଡଳ ସଭାପତି, ୨ ଜଣ ବିଧାନସଭା ବିସ୍ତ।ରକଙ୍କ ସହିତ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment