୧୦ ଦଫା ଦାବିନେଇ ଭାରତୀୟ ମଜଦୁର ସଂଘର ଦାବିପତ୍ର ପ୍ରଦାନ

ବୌଦ୍ଧ,୯/୯- ମୂଲ୍ୟବୃଦ୍ଧି ଉପରେ ରୋକ୍‌ ଲଗାଇବାକୁ ଓ ଅନ୍ୟାନ୍ୟ ଦାବିନେଇ ଆଜି ଭାରତୀୟ ମଜଦୁର ସଂଘ ବୌଦ୍ଧ ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରଯାଇଛି । ଦାବିଗୁଡିକ ମଧ୍ୟରେ ଉପଭୋକ୍ତା ଆଇନରେ ସଂଶୋଧନ ଆଣିବା, ପେଟ୍ରୋଲିଅମ ଉତ୍ପାଦର ମୂଲ୍ୟ ହ୍ରାସ କରିବା, ପେଟ୍ରୋଲିଅମ ପଦାର୍ଥକୁ ଜିଏସଟି ଅନ୍ତର୍ଭୁକ୍ତ କରିବା, କୃଷକମାନଙ୍କୁ ଲାଭଯୁକ୍ତ ମୂଲ୍ୟ ପ୍ରଦାନ କରିବା, ତେଲ, ଡାଲି ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା, ଔଷଧ ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବା ଇତ୍ୟାଦିକୁ ନେଇ ଆଜି ଏହି ଦାବିପତ୍ର ଦିଆଯାଇଛି ।

ଦାବିପତ୍ର ପ୍ରଦାନ ସମୟରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ଶାଖାର ସଭାପତି ଶାନ୍ତନୁ ପ୍ରଧାନ, ସଂପାଦକ ଲୋକନାଥ ଶତପଥୀଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Comments (0)
Add Comment