ବୌଦ୍ଧ,୨୬/୧୨: – ସ୍ଥାନୀୟ ଟାଉନହଲ ଠାରେ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଅଭିଭାଷଣରେ ବିଜେଡି ଏକ ଆଞ୍ଚଳିକ ଦଳ ହୋଇଥିଲେ ମଧ୍ୟ ଦଳର ନୀତି ଆଦର୍ଶ ଯୋଗୁଁ ଦୀର୍ଘ ୨୫ ବର୍ଷ ଧରି ଓଡିଶାରେ ଜନାଦୃତ ହୋଇପାରିବା ସହ ଅପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି ବୋଲି କହିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଭିନ୍ନ ଜନକଲ୍ୟାଣକାରୀ ଏବଂ ଲୋକାଭିମୁଖୀ ସାମାଜିକ ସୁରକ୍ଷା ଯୋଜନା ଯୋଗୁଁ ସେ ନିରବଛିନ୍ନ ଭାବେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିପାରିଛନ୍ତି ବୋଲି ଶ୍ରୀ ଅମାତ ବକ୍ତବ୍ୟ ରଖିଥିଲେ । ଅପରାହ୍ନ ସାଢେ ୪ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ କର୍ମୀମାନଙ୍କ ଉଦ୍ଦେଶ୍ୟରେ ଭରଚୁଆଲ ମାଧ୍ୟମରେ ନିଜର ବାର୍ତ୍ତା ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର ପରିଚାଳନା କରିଥିବାବେଳେ ଛାତ୍ର ବିଜେଡି ସଭାପତି ସଂଗ୍ରାମ ଦାସ, ବିଜେଡି ନେତ୍ରୀ ଦିପ୍ତୀପ୍ରଭା ସ୍ୱାଇଁ, ବିଜେଡି ନେତା ସୁବାସ ସାହୁ, ଧୂରୀଣ ଦେହୁରୀ, ଧର୍ମେନ୍ଦ୍ର ମେହେରଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।