ବୌଦ୍ଧ, ୨୬/୭ – ବୌଦ୍ଧଜିଲ୍ଲାରେ ଆଜି ପୁଣି ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସଂକ୍ରମଣକୁ ରୋକିବାପାଇଁ ଜିଲ୍ଲା ପ୍ରଶାସନ ଦୁଇଟି ପର୍ଯ୍ୟାୟରେ କଟକଣା ଜାରିକରିଛି । ଆସନ୍ତା କାଲି ୨୭ ଓ ୨୮ ତାରିଖ ଦୁଇଦିନ ଧରି ବୌଦ୍ଧଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ଘୋଷଣା କରିଛି । କେବଳ ବ୍ୟାଙ୍କ, କିୟୋସ୍କ, ଡାକଘର, ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ କାର୍ଯ୍ୟ କରିବ । କଟକଣାରୁ ବାଦ୍ ପଡିଥିବା ବ୍ୟାଙ୍କ ଓ ଡାକଘର ଗୁଡିକ ସକାଳ ୮ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଖୋଲାରହିବ । ଏହାବ୍ୟତୀତ ଅତ୍ୟାବଶ୍ୟକ ସାମଗ୍ରୀ ଯଥା କିରାଣା, ମାଛ, ମାଂସ, ଅଣ୍ଡା, ଦୁଗ୍ଧ, କୃଷି ଉପକରଣ, ଘର ନିର୍ମାଣ ବସ୍ତୁ ସକାଳ ୭ଟାରୁ ୨ଟା ପର୍ଯ୍ୟନ୍ତ ଖୋଲାରହିବ । େଓøଷଧ ଦୋକାନ, ଗ୍ୟାସ, ପେଟ୍ରୋଲ ପଂପ୍ , ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ରଗୁଡିକ ୨୪ଘଣ୍ଟା ଖୋଲାରହିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ କଟକଣା ଆସନ୍ତା ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଏହି କଟକଣା କଡାକଡି କରାଯାଇ ୨୯ ତାରିଖ ସକାଳ ୭ଟାରୁ ୩୧ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବୌଦ୍ଧଜିଲ୍ଲାକୁ ସଂପୂର୍ଣ୍ଣ ସଟ୍ ଡାଉନ ଘୋଷଣା କରାଯାଇଛି । କେବଳ ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ଥାନା ବ୍ୟତୀତ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ, ବ୍ୟାଙ୍କ ସେବା, ଡାକ ଘର ଏହି ତିନିଦିନ ସଂପୂର୍ଣ୍ଣ ବନ୍ଦ ରହିବ । ଏହି ସମୟରେ କେବେଳ ଔଷଧ ଦୋକାନ, ଗ୍ୟାସ ବିତରକ, ପେଟ୍ରୋଲ ପଂପ, ସ୍ୱାସ୍ଥ୍ୟ ପରୀକ୍ଷା ନିଦାନ କେନ୍ଦ୍ରଗୁଡିକ ଖୋଲାରହିବ । ଦୁଗ୍ଧ ଷ୍ଟଲ କିମ୍ବା ଦୁଗ୍ଧର ହୋମ ଡେଲିଭରିକୁ ସକାଳ ୭ଟାରୁ ୧୦ ପର୍ଯ୍ୟନ୍ତ କୋହଳ କରାଯାଇଛି । ଏହି କଟକଣାକୁ ସମସ୍ତ ଜନସାଧାରଣ ପାଳନ କରିବାକୁ କୁହାଯାଇଛି ।