ଗୁନ୍ଦୁଳିଆ କ୍ୱାରେଣ୍ଟାଇନ ସେଣ୍ଟର ସଫେଇ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ, ୨୨/୭ – ବୌଦ୍ଧ ଜିଲ୍ଲାରେ ଆଜି ତିନି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଆଉ ଜଣେ ବ୍ୟକ୍ତିଙ୍କ ନିକଟରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସରକାରୀ ଭାବେ ପ୍ରଶାସନ ତରଫରୁ ଘୋଷଣା କରା ଯାଇନଥିଲେ ମଧ୍ୟ ଗୁନ୍ଦୁଲିଆ କ୍ୱାରେଣ୍ଟାଇନ ସେଣ୍ଟରର ଜଣେ ପରିମଳ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଆଜି ସନ୍ଧ୍ୟାରେ ଆମ୍ବୁଲାନସ୍ ସାହାଯ୍ୟରେ ତାଙ୍କୁ ବୌଦ୍ଧ କୋଭିଡ ହେଲଥ ସେଣ୍ଟରକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ଗୁନ୍ଦୁଲିଆ କ୍ୱାରେଣ୍ଟାଇନ ସେଣ୍ଟର ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀ ମାନଙ୍କ ତିନି ଦିନ ତଳେ ଆଣ୍ଟିଜେନ ଟେଷ୍ଟ ପାଇଁ ସ୍ୱାସ୍ଥ୍ୟ ବିଭାଗ ନମୂନା ଆଣିଥିଲା ଓ ସେଥିରେ ସଫେଇ କର୍ମଚାରୀ ସଂକ୍ରମିତ ହୋଇଥିବା ଜଣା ପଡିଥିଲା ।

Comments (0)
Add Comment