ବୌଦ୍ଧଜିଲ୍ଲା ଭାରତୀୟ ଜନତା ପାର୍ଟିର ‘ନମାମି ଗଙ୍ଗେ ପ୍ରକଳ୍ପ’ କାର୍ଯ୍ୟକ୍ରମ

ବୌଦ୍ଧ,୧୦/୪- ବୌଦ୍ଧଜିଲ୍ଲା ବିଜେପିର ସାମାଜିକ ନ୍ୟାୟିକ ପକ୍ଷ ଚତୁର୍ଥ ଦିନରେ ହର ଘର ନଲ୍‌ ସେ ଜଳ ଯୋଜନା କାର୍ଯ୍ୟକାରୀ ହେଉଛି । ସେସବୁ ଅଞ୍ଚଳକୁ ଜିଲ୍ଲା ଓ ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତା ନଳ ପୂଜନ କାର୍ଯ୍ୟକ୍ରମ ପାଇଁ ,କେନ୍ଦ୍ର ସରକାରଙ୍କର ଜଳ ମିଶନ ଯୋଜନାରେ ବୌଦ୍ଧ ବ୍ଲକର ସମସ୍ତ ଗ୍ରାମ ଓ କଣ୍ଟାମାଳ ବ୍ଲକର ୧୨ ଗୋଟି ପଞ୍ଚାୟତର ସବୁଗ୍ରାମକୁ ଜଳ ଯୋଗାଇବା ଜଳ ମିଶନ ଯୋଜନା ଅନ୍ତର୍ଗତ ଜଗତି ଗ୍ରାମ ମହାନଦୀ କୂଳରେ ଏଲ୍‌ ଏନ୍‌ ଟି ଠିକାଦାର ସଂସ୍ଥା ତରଫରୁ ୪ ହଜାର ୮୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଏଥିପାଇଁ ଠିକାଦାର ସଂସ୍ଥାର ଅଧିକାରୀ ମାନଙ୍କ ସହିତ ଜିଲ୍ଲା ବିଜେପିର ଉଚ୍ଚସ୍ତରୀୟ କମିଟି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ସର୍ବଶ୍ରୀ ମଣ୍ଡଳ ସଭାପତି ନବୀନ ହୋତା, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ରବି କୁମାର ଦେଓ , ବରିଷ୍ଠ ବିଜେପିନେତା ଶ୍ରୀନିବାସ ପାଣିଗ୍ରାହୀ, ସ୍ୱାଧୀନ ପ୍ରଧାନ, ତ୍ରିପୁର ମହାକୁଡ, ବୈକୁଣ୍ଠନାଥ ପ୍ରଧାନଙ୍କ ସହିତ ହିତାଧିକାରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଜଳ ମିଶନ ପ୍ରକଳ୍ପ ତୁରନ୍ତ ଶେଷକରି ” ହର ଘର ନଲ୍‌ ସେ ଜଳ’ ଦେବାର ବ୍ୟବସ୍ଥା କରିବାକୁ ଦାବୀ ଉପସ୍ଥାପନ କରିଥିଲେ । ହିତାଧିକାରୀ ମାନଙ୍କୁ ମାଟି ପାତ୍ରଟିଏ ଉପହାର ଆକାରରେ ଦିଆଯାଇଥିଲା, ଯେଉଁଥିରେ ସେମାନେ ଖରାଦିନରେ ପଶୁପକ୍ଷୀ ମାନଙ୍କୁ ପିଇବା ପାଣି ପାଇଁ ରଖିବେ ।

Comments (0)
Add Comment