ବୃଦ୍ଧଙ୍କ ଠାରୁ ବ୍ୟାଗ୍‌ସହ ୩୦ ହଜାର ଟଙ୍କା ଝାଂପିନେଲେ ଲୁଟେରା

ବୌଦ୍ଧ,୧୧/୧୨ – ଗତକାଲି ମଧ୍ୟାହ୍ନରେ ଜନଗହଳିପୂର୍ଣ୍ଣ ବୌଦ୍ଧ ଏନଏସି ଛକ ନିକଟରୁ ସ୍ପଷ୍ଟ ଦିବାଲୋକରେ ଜଣେ ବୃଦ୍ଧଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ ହୋଇଥିବା ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍‌ କେଲାକଟା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୋକ୍ତା (୭୦) ବୌଦ୍ଧ ସହରସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ତାଙ୍କ ଜମାଖାତାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କିସ୍ତି ଟଙ୍କା ୩୦ ହଜାର ଉଠାଣ କରିଥିଲେ । ସମସ୍ତ ଟଙ୍କ।। ଏକ ବ୍ୟାଗରେ ଭର୍ତ୍ତି କରି ବ୍ୟାଗ୍‌କୁ ହାତରେ ଧରି ବସଷ୍ଟାଣ୍ଡ ଅଭିମୁଖେ ଆସୁଥିବାବେଳେ ଏନଏସି ଛକ ନିକଟରେ ଜଣେ ଅଟୋ ବାଲା ତାଙ୍କ ଗାମୁଛାରେ କିଛି ଲାଗିଥିବା କହିବାରୁ ପୂର୍ଣ୍ଣଚନ୍ଦ୍ର ଗାମୁଛାକୁ ଝାଡି ଥିଲେ । ଏ ସମୟରେ ଜଣେ ବ୍ୟକ୍ତି ହାତରେ ଧରିଥିବା ବ୍ୟାଗ କୁ ଝାଂପିନେଇ ପଳାଇଥିବା ଥାନାରେ ପୂର୍ଣ୍ଣଚନ୍ଦ୍ର ଅଭିଯୋଗ କରିଛନ୍ତି । ବୌଦ୍ଧ ଆଦର୍ଶ ଥାନା ପୋଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Comments (0)
Add Comment