ବିଜେପି ଯୁବମୋର୍ଚ୍ଚା ତରଫରୁ କରୋନା ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ

ବୌଦ୍ଧ,୪/୬- ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତି ଅବସରରେ ଆଜି କଣ୍ଟାମାଳ ବ୍ଲକ ବିଳାସପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେପି ଯୁବମୋର୍ତ୍ତ ରାଜ୍ୟ ସଂପାଦକ ଓମପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ କରୋନା ସଚେତନତା ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ଜଣାପଡିଛି । ଏଥିସହିତ କରୋନାକୁ ପ୍ରତିହତ ପାଇଁ ଘରୁ ବାହାରିଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଓ ସାବୁନରେ ହାତ ଧୋଇବାକୁ ସଚେତନ କରିଥିଲେ ।

ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାରାୟଣ କର୍ମୀ, ଶରତ ଖଣ୍ଡଗିରି, ସିଦ୍ଧିନ କଲତା, ଦେବଦତ୍ତ ସାଗର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Comments (0)
Add Comment