ବୌଦ୍ଧ/ଜହ୍ନାପଙ୍କ,୨୨/୬- ବୌଦ୍ଧ ବ୍ଳକ ତେଲିବନ୍ଧ-ମୁଣ୍ଡପଡା ରାସ୍ତାର ତେଲିବନ୍ଧ ହାଟପଦା ନିକଟରେ ଆଜି ଅପରାହ୍ନ ସାଢେ଼ ଦୁଇଟାରେ ଏକ ଯାତ୍ରୀବାହୀ ଅଟୋ ନଂ ଓଡି ୨୭/ବି-୪୭୫୬ ଓ ଟ୍ରଲି ଅଟୋ ନଂ ଓଡି ୨୭-୭୦୧୦ ମଧ୍ୟରେ ମୁହାଁମୁଁହିଁ ଧକ୍କା ହେବାରୁ ଯାତ୍ରୀବାହୀ ଅଟୋର ସମ୍ମୁଖଭାଗ ଭାଙ୍ଗି ଚୁରମାର ହୋଇଯାଇଛି । ଅଟୋର ଡ୍ରାଇଭରଙ୍କ ଆଣ୍ଠୁରେ ମାଡ଼ ହୋଇଥିବାରୁ ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ସୂଚନାମତେ ଯାତ୍ରୀବାହୀ ଅଟୋ କିଛିଯାତ୍ରୀଙ୍କୁ ନେଇ ମୁଣ୍ଡାପଡା ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଟ୍ରଲି ଅଟୋ ଦ୍ରୁତ ଗତିରେ ତେଲିବନ୍ଧ ପଟକୁ ଆସୁଥିବା ବେଳେ ମୁହାଁ ମୁଁହିଁ ଧକ୍କା ହୋଇଥିଲା । ଗୁରୁତର ଆହତଙ୍କୁ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଘଟଣାସ୍ଥଳରେ ଜହ୍ନାପଙ୍କ ଫାଣ୍ଡି ଏ ଏସ୍ ଆଇ ସୁବାଷ ଚନ୍ଦ୍ର ମିଶ୍ର ପହଂଚି ତଦନ୍ତ ଚଳାଇଛନ୍ତି । ତେବେ ଯାତ୍ରୀବାହୀ ଅଟୋଟି ବଡମାଲର ହୋଇଥିବାବେଳେ ଟ୍ରଲି ଅଟୋଟି ହରଭଙ୍ଗା ବ୍ଳକର କରଡି ଗ୍ରାମର ବୋଲି ଜଣାପଡିଛି ।