ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ବାଉଁଶୁଣି,୨୪/୫ – ଆଜି ବୌଦ୍ଧବ୍ଲକ ବାଉଁଶୁଣି ମା ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଏକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପୋଗ୍ରାମ କୋଡ଼ିନେଟର ଡା.ମଦନ ମୋହନ ପ୍ରଧାନ ଓ ପୋଗ୍ରାମ ମ୍ୟାନେଜର ରୂପକ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଆସିଷ୍ଟାଣ୍ଟ ମ୍ୟାନେଜର ଆଲୋକ ମିଶ୍ର ଓ ଜିଲ୍ଲା ଏନଏସଏସ ବିଭାଗର ପୋଗ୍ରାମ ଅଫିସର ଡ.ମନୋରଞ୍ଜନ ଘଡେଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ତର୍କ, ଚିତ୍ରାଙ୍କନ,ସ୍ଲୋଗାନ ଓ ବକ୍ତୃତା ଆଦି ବିଭାଗରେ ଭାଗ ନେଇଥିଲେ । ତର୍କ ପ୍ରତିଯୋଗିତାରେ ସଙ୍ଗୀତା ମଲ୍ଲିକ ପ୍ରଥମ, ଶିବାନୀ ମେହେର ଦ୍ୱିତୀୟ, ଦେବକୀ ମେହେର ଓ ରୁପା ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଚିତ୍ରାଙ୍କନରେ ସଚିନ କର୍ମୀ ପ୍ରଥମ, ଦେବୀ ପ୍ରସାଦ ବଡ଼ମାଳି ଦ୍ୱିତୀୟ, ଉମାକାନ୍ତ ଛନ୍ଦ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସ୍ଲୋଗାନ ପ୍ରତିଯୋଗିତାରେ ଦୀପକ ବାରିକ ପ୍ରଥମ, ମିଲନ ଛନ୍ଦ ଦ୍ୱିତୀୟ, ଆର୍ତ୍ତ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅଧ୍ୟାପକ ଶଶିକାନ୍ତ ଜେନା, ମକର ମହାରଣା, ଚିତ୍ରଶିଳ୍ପୀ ପ୍ରମୋଦ ମେହେର ବିଚାରକ ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ବାବାରାମ ଦେହୁରୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment