ବୌଦ୍ଧ/ଜହ୍ନ ।ପଙ୍କ,୬/୧୦: ବୌଦ୍ଧବ୍ଳକ ଅନ୍ତର୍ଗତ ଜହ୍ନ ।ପଙ୍କ ବସଷ୍ଟାଣ୍ଡଠାରେ ମାରୁତି ଯୁବକ ସଂଘ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ୩୫ ତମ ଶାରଦୀୟ ଦୁର୍ଗାପୂଜା ପାଳିତ ହେଉଛି । ଦଶମୀ ତିଥିରେ ସୁଶ୍ରୀ ଅଳକା ଦାସ ରାମାୟଣ ପାରାୟଣ ଗାନ କରିଥିଲେ । ନାରାୟଣ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ପରିବେଶ, ପଂଚାୟତ ରାଜ ଓ ଜଳ ଯୋଗାଣ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗଦେଇ ମା ଦୁର୍ଗାଙ୍କୁ ଅଞ୍ଚଳବାସୀଙ୍କୁ କୁଶଳରେ ରଖିବା ପାଇଁ ପ୍ରାର୍ଥନା କରିଥିଲେ । କର୍ତ୍ତାଭାବେ କୃପାସିନ୍ଧୁ ପ୍ରଧାନ ଓ ତାଙ୍କର ଧର୍ମପତ୍ନୀ କ୍ଷୀରାବଧି ପ୍ରଧାନ ଦାୟିତ୍ୱ ତୁଲାଇଥିଲେ । ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଭବାନୀ ଶଙ୍କର, ଅନନ୍ତ, ରଘୁନାଥ, ଉମେଶ, ଦେବାନନ୍ଦ ଦାସ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ-ଭଗବାନ ପ୍ରଧାନ, ଅଶୋକ ନାଏକ, ଦିଲ୍ଲୀପ ପ୍ରଧାନ, ପ୍ରକାଶ ବାରିକ, ଗାର୍ଗବ ପ୍ରଧାନ, ଅଶ୍ୱିନୀ ପ୍ରଧାନ, ସୁକୃ ବେହେରା, ପ୍ରମିଳ ଅମାତ ଜହ୍ନ ।ପଙ୍କ ଗ୍ରାମବାସୀ ଓ ମାରୁତି ଯୁବକ ସଂଘର ସଭ୍ୟ ମାନେ ସହଯୋଗ କରିଥିଲେ । ଅ ।ଖ ପାଖଅଞ୍ଚଳରୁ ବହୁ ଭକ୍ତ ପାରାୟଣ ଶ୍ରବଣ କରିଥିଲେ । ଶେଷରେ ସାମୁହିକ ପ୍ରାସାଦ ସେବନ କରିଥିଲେ ।