ମାହେଶ୍ୱରୀ ଗୋଶାଳାରେ ପୌଷ ପୂର୍ଣ୍ଣମୀ ଅବସରରେ ଗୋପୂଜନ କାର୍ଯ୍ୟକ୍ରମ

ବୌଦ୍ଧ,୧୭/୧- ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଇଷ୍ଟଦେବୀ ମାହେଶ୍ୱରୀ, ବିଶ୍ୱଗୁରୁ କଇଁଫୁଲ ବାବା ଓ ଗୋମାତା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ପୂଜଜ ଭାବେ ବାବା ଖଗେଶ୍ୱର ବାନପ୍ରସ୍ତି ଓ ମୁଖ୍ୟଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଭୀମଭୋଇ ସମାଧୀ ପୀଠର ସଭାପତି ଛତ୍ରଧାରୀ ଅଗ୍ରୱାଲ ଯୋଗଦେଇ ଗୋସେବା ଓ ଗୋପୂଜନ କରିଥିଲେ । ମାହେଶ୍ୱରୀ ଗୋଶାଳାରେ ତିନିଶହରୁ ଉଦ୍ଧ୍ୱର୍ ଗୋମାତାଙ୍କୁ ସେବା କରୁଥିବାରୁ ସମସ୍ତ ସଦସ୍ୟ ଓ ଗୋସେବକ ମାନଙ୍କୁ ଉତ୍ସାହିତ କରିଥିଲେ । ଗୋମାତା ମାନଙ୍କ ନିମନ୍ତେ ତୁରନ୍ତ ଗୁହାଳ ନିର୍ମାଣ, ପୁଆଳ ସଂଗ୍ରହ ଓ ଘାସ ଚାଷ କରିବାପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଗୋଶାଳା ମୁଖ୍ୟ ମାର୍ଗଦର୍ଶକ ମହନ୍ତ ତ୍ୟାଗୀ ଗିରିବର ଦାସ, ପ୍ରାଧ୍ୟାପକ ରଘୁନାଥ ସାହୁ ଓ କିଶୋର କୁମାର ମହାନ୍ତିଙ୍କ ଅକାଳ ବିୟୋଗରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଅପରାହ୍ନରେ ଶ୍ରୀ ଅଗ୍ରୱାଲ ଭୀମଭୋଇଙ୍କ ଜ୍ଞାନପୀଠ ବଲାସିଙ୍ଗା ମହୁଳମୂଳ ମହିମା ଆଶ୍ରମ ପରିଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ପୂର୍ବତନ ଅଧକ୍ଷ ସ୍ୱର୍ଗତ କିଶୋର ମହାନ୍ତିଙ୍କ ଅନୁଦାନରେ ପୀଠର ବିକାଶ ହୋଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ବୈଶାଖ ପୂର୍ଣ୍ଣିିମାରେ ସନ୍ଥକବି ଭୀମଭୋଇଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପର୍ବ ଆୟୋଜନ କରିବାପାଇଁ ସାମାଜିକ କର୍ମୀ କୃତ୍ତିବାସ ପଲିଆ ପ୍ରସ୍ତାବ ରଖିଥିଲେ ।

Comments (0)
Add Comment