ବୌଦ୍ଧ: କୋଭିଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା

ବୌଦ୍ଧ,୧୭/୫- ବୌଦ୍ଧଜିଲ୍ଲାରେ କୋଭିଡ୍‌ ଆକ୍ରାନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ ମୃତ କୋଭିଡ୍‌ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୪୪ ବର୍ଷୀୟ ପୁରୁଷ, ଜଣେ ୭୪ ବର୍ଷୀୟ ମହିଳା ଓ ଜଣେ ୩୭ ବର୍ଷୀୟ ମହିଳା ବୋଲି ଜଣାପଡିଛି । ଆଜି ଘୋଷିତ ୩ ମୃତକଙ୍କୁ ମିଶାଇ ଜିଲ୍ଲାରେ କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟା ୨୪ରେ ପହଞ୍ଚିଛି ।

Comments (0)
Add Comment