ବୌଦ୍ଧ,୬/୨:- ଭୁବନେଶ୍ୱର ଠାରେ ଆୟୋଜିତ ପ୍ରଥମ ବିଶ୍ୱ ଓଡ଼ିଆ ସମ୍ମିଳନୀ ଅବସରରେ ବୌଦ୍ଧରେ ମଧ୍ୟ ତିନି ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୋମବାର ସନ୍ଧ୍ୟାରେ ସଦର ମାଉସୀ ମା ଗୋଷ୍ଠୀ କେନ୍ଦ୍ର ଠାରେ ଆୟୋଜିତ ୩ ଦିନିଆ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ବୌଦ୍ଧ ସହରର ବିଶିଷ୍ଟ ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର ଯୋଗ ଦେଇଥିଲେ । ବୌଦ୍ଧଗଡ ଏନଏସି ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ହାଡିବନ୍ଧୁ ମହାକୁଡ ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ସାହିତ୍ୟିକ କିଶୋର ମିଶ୍ର, ସତ୍ୟଜିତ୍ କୁମାର ପଣ୍ଡା, ସୁଶାନ୍ତ କୁମାର ମହାପାତ୍ର, ରମେଶ ପ୍ରସାଦ ମେହେର, ଧ୍ରୁବ ଚରଣ ଘିବେଲା, ସଞ୍ଜୟ କୁମାର ପଣ୍ଡା, ପ୍ରତାପ ରଥ, କୃଷ୍ଣପ୍ରିୟା ହୋତା, ଶରତ ଚନ୍ଦ୍ର ପତି ଏବଂ ଅନ୍ୟ କିଛି କବି, ଲେଖକ ଓ ସାହିତ୍ୟିକ ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।