ପ୍ରାକ୍ତନ ବିଇଓ ସନାତନ ଗାଆଣଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୌଦ୍ଧ,୨୯/୧୦ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପୂର୍ବତନ ବିଇଓ ସନାତନ ଗାଆଣଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଗିରାସିଙ୍ଗାସ୍ଥିତ ଜଗନ୍ନାଥ ବନପ୍ରକଳ୍ପ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ସରସରା, ତାଳବାହାଲ, ରାଧାନଗର, ବୀରନରସିଂହପୁର କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଯୋଗଦାନରେ ଆୟୋଜିତ ସଭାରେ ଡିଇଓ ଗେନ୍ଦ୍ରା କୁଜୁର ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ଗାଆଣଙ୍କୁ ‘ବାଣୀପ୍ରଭା’ ସମ୍ମାନରେ ସମ୍ମାନୀତ କରିଥିଲେ । ବିଇଓ ଧ୍ରୁବଚରଣ ଘିବେଲା ସଭାରେ ସଭାପତିତ୍ୱ କରି ଗୁରୁ ଛାତ୍ର ପରାୟଣ ଓ ଛାତ୍ର ଗୁରୁ ପରାୟଣ ହୋଇ ବିଦ୍ୟା ଗ୍ରହଣ କଲେ ଏକ ସମର୍ଥ ଭାରତ ନିର୍ମାଣ ହୋଇପାରିବ ବୋଲି ମତପୋଷଣ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀ ଗାଆଣ ଶିକ୍ଷକମାନଙ୍କଠାରୁ ପାଇଥିବା ସ୍ନେହ ସଦିଚ୍ଛା ଓ ସହଯୋଗକୁ ପ୍ରଶଂସା କରିଥିଲେ । ପିଲାଙ୍କୁ ଉପଯୁକ୍ତ ଭାବେ ଗଢି ଦେଶପାଇଁ ଏକ ସମର୍ଥ ପିଢି ନିର୍ମାଣ କରିବାପାଇଁ ଆହ୍ୱାନ ଦେଇଥିଲେ । ଏବିଇଓ ଦେବରାଜ ପ୍ରଧାନ ଓ ପ୍ରାକ୍ତନ ଏବିଇଓ ବିକାଶ କିଶୋର କାନୁନଗୋ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିକ୍ଷକମାନେ ଶିକ୍ଷା ଜଗତର ମେରୁଦଣ୍ଡ ବୋଲି କହିବାସହ ଏପରି ପରଂପରା ଦ୍ୱାରା ଏକ ସୁସ୍ଥ ସମାଜ ତିଆରି ହୋଇପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଙ୍ଗତ ୮ଜଣ ଶିକ୍ଷକଙ୍କ ଆତ୍ମାର ସଦଗତି ପାଇଁ ୧ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବାସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବସନ୍ତ କୁମାର ସାହୁ ମାନପତ୍ର ପାଠ କରିଥିବାବେଳେ ସରସରା ସିଆରସିସି ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଦୁର୍ଗାଚରଣ ମହାକୁଡ ଓ ବୈବସୂତ ବିଶ୍ୱାଳ ଏକ ମନୋରଞ୍ଜନ ଧର୍ମୀ ଦାସକାଠିଆ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱରୁପାରାଣୀ ପାଣିଗ୍ରାହୀ, ରେବତୀ ସାହୁ, ନିରୁପାନନ୍ଦ ବ୍ରହ୍ମଚାରୀ, ରଜତ ଦାନୀ, ବସନ୍ତ କୁମାର ବିଶ୍ୱାଳ, ପ୍ରଦୀପ କୁମାର ସାହୁ, କାର୍ତ୍ତିକ ନାଏକ, ଶିବାନନ୍ଦ ପୁରୋହିତ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରାଇବାରେ ପ୍ରଧାନଶିକ୍ଷକ ଶୈଳେନ୍ଦ୍ର ମେଣ୍ଡଳି, ମହାଦେବ ସାହୁ, ଶ୍ରୀଧର ନାଏକ, ଦେବରାଜ ମଲ୍ଲିକ, ସନ୍ତୋଷ କୁମାର ଜେନା, ନବନୀତା ବେହେରା, ସୋନାଲିକା ପ୍ରଧାନ, ରାଜଶ୍ରୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment