ଆଜି ବିଭିନ୍ନ ଟ୍ରେଡ ୟୁନିୟନ୍‌ ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ

ବୌଦ୍ଧ,୨୬/୧୧ -ଆଜି କେନ୍ଦ୍ର ସରକାରଙ୍କ ବିଭିନ୍ନ ଶ୍ରମିକ ଓ କୃଷକ ବିରୋଧି ନୀତି ବିରୋଧରେ ଦେଶର ବିଭିନ୍ନ ଟ୍ରେଡ ୟୁନିୟନ୍‌ ପକ୍ଷରୁ ଭାରତ ବନ୍ଦ ଡାକରାର ପ୍ରଭାବ ସମଗ୍ର ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳୁଛି । ସକାଳ ୬ ଘଣ୍ଟା ଠାରୁ ବିଭିନ୍ନ ଟ୍ରେଡ ୟୂନିୟନ୍‌ କର୍ମକର୍ତ୍ତା ମାନେ ପିକେଟିଂ କରି ଗାଡି ମଟର ଚଳାଚଳ ବନ୍ଦ କରିବା ସହ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରଖିଛନ୍ତି । ବ୍ୟାଙ୍କ, କୋର୍ଟ କଚେରୀ ମଧ୍ୟ ବନ୍ଦ ରହିଛି ।

ଆଇଏନଟିୟୁସିର ସଭାପତି ସରୋଜ କୁମାର ପ୍ରଧାନ, ଏ.ଆଈ.ଟି.ୟୁ.ସି. ସଭାପତି ଅବକାଶ ସାହୁ, ହିନ୍ଦ୍‌ ମଜଦୁର ସଭା ସଭାପତି ଅର୍ଜୁନ ରଣା, ଓଡିଶା ରାଜ୍ୟ ବିଦ୍ୟୁତ୍‌ କର୍ମଚାରୀ ସଂଘ ସଭାପତି ରାଧେଶ୍ୟାମ ପାଳ, ଭାରତୀୟ ବସ୍‌ କର୍ମଚାରୀ ସଂଘ କର୍ମକର୍ତ୍ତା ଭୀମସେନ ମଲିକ, ଦିଲୀପ ସାହୁ, ସୁଶାନ୍ତ ବେରିହା, ହୃଷିକେଶ ଭୋଇ ପ୍ରମୁଖ ଶ୍ରମିକ ନେତାମାନେ ବନ୍ଦ କାର୍ଯ୍ୟକ୍ରମରେ ଯୋଗଦାନ କରି ସହରର ବିଭିନ୍ନ ଛକମାନଙ୍କରେ ବନ୍ଦ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ସହରର ବ୍ରିଜ ଛକ ଠାରେ ଓ ବସଷ୍ଟାଣ୍ଡରେ ବହୁସଂଖ୍ୟାରେ ଗାଡି ଠିଆ ହୋଇରହିଥିବା ଦେଖିବାକୁ ମିଳିଥିଲା । ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା ।

Comments (0)
Add Comment