ବୌଦ୍ଧ,୧୭/୨ – ବୌଦ୍ଧଜିଲ୍ଲା କଂଗ୍ରେସ କମିଟିର ଆଇନ୍ ସେଲ୍ ବିଭାଗର କାର୍ଯ୍ୟାଳୟ ଆଜି ଉଦଘାଟିତ ହୋଇଯାଇଛି । ଆଜି ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଥିବା ଜଣାପଡିଛି । ଏହା ଦ୍ୱାରା ସାଧାରଣ ଲୋକ ଆବଶ୍ୟକ ସ୍ଥଳେ ଆଇନ୍ ପରାମର୍ଶ ପ୍ରାପ୍ତ କରି ପାରିବେ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଆଇନ୍ ସେଲ୍ ସଭାପତି ବିଶ୍ୱଜିତ ମିଶ୍ରଙ୍କ ସମେତ ପଙ୍କଜ କୁମାର କର୍ଣ୍ଣ, ଗଣେଶ ଅଗ୍ରୱାଲ, ରୋହିତାସ୍ବୋ ବେହେରା, ବୁଦ୍ଧଦେବ ପ୍ରଧାନ, ଅର୍ଜୁନ ମହାନନ୍ଦିଆ, ବେଣୁଧର ମେହେର, ପୌଲସ୍ତୀ ପ୍ରଧାନ ଆଦି କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।